Friday, January 10, 2025
Friday, January 10, 2025
Home Latest ବିପଦ ରାଜପଥ: ୬ ମାସରେ ଗଲାଣି ୩୭ ଜୀବନ

ବିପଦ ରାଜପଥ: ୬ ମାସରେ ଗଲାଣି ୩୭ ଜୀବନ

by
0 comment

ବିପଦ ରାଜପଥ: ୬ ମାସରେ ଗଲାଣି ୩୭ ଜୀବନ

ଦେବଗଡ଼: ବିପଦ ସା‌ଜିଛି ରାଜପଥ। ଦୁର୍ଘଟଣା ନେଉଛି ଜୀବନ। କେତେବେଳେ ଦ୍ରୁତ ଗାଡ଼ିଚାଳନା ତ କେତେବେଳେ ମଦ୍ୟପାନ ଯୋଗୁଁ ଘଟୁଛି ଅଘଟଣ। ଚଳିତ ବର୍ଷ ଗତ ୬ ମାସ ମଧ୍ୟରେ ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ରାଜପଥମାନଙ୍କରେ ଦୁର୍ଘଟଣା ଘଟି ୩୭ ଜଣଙ୍କ ଜୀବନ ଯାଇଥିବାବେଳେ ୭୦ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ, ଦେବଗଡ଼ ଜିଲ୍ଲାଦେଇ ୪୯, ୫୩ ଓ ୨୩ ନମ୍ବର ଜାତୀୟ ରାଜପଥ ସହିତ ରାଞ୍ଚି- ବିଜୟୱାଡ଼ା କରିଡର ଏବଂ ଦୁଇଟି ରାଜ୍ୟ ରାଜପଥ ଯାଇଛି। ସେଥିମଧ୍ୟରୁ ସବୁଠୁ ଅଧିକ ଦୁର୍ଘଟଣା ଘଟୁଛି ରାଞ୍ଚି-ବିଜୟୱାଡ଼ା କରିଡରରେ। ଉକ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଗତ ଜାନୁଆରି ମାସରେ ସଡ଼କ ଦୁର୍ଘଟଣାରେ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏପ୍ରିଲ ମାସରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଏହି ଦୁର୍ଘଟଣାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକରେ ସମୀକ୍ଷା କରାଯିବା ସହ ଦୁର୍ଘଟଣାର କାରଣ ଏବଂ ନିରାକରଣ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଭିନ୍ନ ସ୍ଥାନରେ ଅଧିକ ସାଇନେଜ ସ୍ଥାପନ, ସ୍ପିଡ୍‌ବ୍ରେକର ବ୍ୟବସ୍ଥା, ମଦ୍ୟପାନ କରି ଗାଡ଼ି ଚାଳନା ରୋକିବା, ରାସ୍ତାର ଉପଯୁକ୍ତ ରକ୍ଷଣାବେକ୍ଷଣ, ମରାମତି ସାଙ୍ଗକୁ ଦ୍ରୁତ ଗତି ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ସଂପର୍କରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ବିଗତ ବର୍ଷଗୁଡ଼ିକର ତଜର୍ମା କଲେ ୨୦୨୧ରେ ୪୯ ଜଣ, ୨୦୨୨ରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୩ରେ ଏହା ବୃଦ୍ଧିପାଇ ୬୭ ଜଣଙ୍କ ଜୀବନ ଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od