ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜନବସତି ସ୍ଥାନରେ ଗତ ଶନିବାର ରାତିରେ ଏକ ଜଙ୍ଗଲୀ ହାତୀ ପଶି ଆସିଥିଲା। ଏହି ହାତୀଟି ପାଖାପାଖି ୨ଘଣ୍ଟା ହେବ ଝାଡ଼ଖଣ୍ଡର ବିଧାନସଭା ପରିସରରେ ବୁଲୁଥିବା ଦେଖିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବିଳମ୍ବିତ ରାତିରେ ହାତୀକୁ ଦେଖିବା ପରେ ସ୍ଥାନୀୟଲୋକ ଭୟଭୀତ ହୋଇଯାଇଥିଲେ। ତୁରନ୍ତ ସେମାନେ ଏହି ବନ୍ୟ ହାତୀ ବିଷୟରେ ବନବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ପୁଲିସ ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାଇରନ ବଜାଇ ବାଣଫୁଟାଇ ଥିଲେ। ଏହି ସାଇରନ ଓ ବାଣଶବ୍ଦରେ ଭୟରେ ହାତୀ ଜଙ୍ଗଲ ଅଭିମୁଖେ ଦୌଡ଼ିବାକୁ ଲାଗିଥିଲା।
ବନବିଭାଗଙ୍କ ସୂତ୍ରରୁ ପ୍ରକାଶ, ଶନିବାର ବିଳମ୍ବିତ ରାତିରେ ହାତୀପଲଙ୍କ ଠାରୁ ଅଲଗା ହୋଇ ଏକ ଜଙ୍ଗଲୀ ହାତୀ ରାଞ୍ଚି ସହର ଭିତରକୁ ପଶି ଆସିଥିଲା। ଯେଉଁ କାରଣ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା।
ବନବିଭାଗ କର୍ମଚାରୀ ପୁଲିସ ସହିତ ମିଶି ସାଇରନ ବଜାଇ ବାଣ ଫୁଟାଇଥିଲେ। ଏହାପରେ ହାତୀକୁ ଜଙ୍ଗଲ ଭିତରକୁ ଘଉଡାଇ ଦେଇଥିଲେ। ତେବେ ରାତି ଅଧିକ ହୋଇଯାଇଥିବାରୁ ଯାବନବାହନ, ଲୋକଙ୍କ ବିଶେଷ ଯାତାୟାତ ନଥିବାରୁ କାହାକୁ ହାତୀ କାହାକୁ କିଛି କ୍ଷତି ପହଞ୍ଚାଇ ନାହିଁ।