Sunday, February 23, 2025
Home odia news ବିଦ୍ୟାଳୟ ମିଶ୍ରଣ ମାମଲା: ରାଜ୍ୟ ସରକାରଙ୍କ ବିଜ୍ଞପ୍ତି କାଏମ

ବିଦ୍ୟାଳୟ ମିଶ୍ରଣ ମାମଲା: ରାଜ୍ୟ ସରକାରଙ୍କ ବିଜ୍ଞପ୍ତି କାଏମ

by
0 comment

କଟକ: ଯେଉଁ ବିଦ୍ୟାଳୟରେ ୨୦ରୁ କମ୍‌‌ ପିଲା ପାଠ ପଢୁଥିବେ ଉକ୍ତ ବିଦ୍ୟାଳୟକୁ ବନ୍ଦକରି ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଉଚ୍ଚ ନ୍ୟାୟାଳୟ କାଏମ୍‌‌ ରଖିଛନ୍ତି। ସ୍କୁଲ୍‌‌ ମିଶ୍ରଣ ବିଜ୍ଞପ୍ତିକୁ ହାଇକୋର୍ଟର ଜଣିକିଆ ବିଚାରପତି ରଦ୍ଦ କରିବା ପରେ ଏହାକୁ ବିରୋଧ କରି ରାଜ୍ୟ ସରକାର ହାଇକୋର୍ଟକୁ ରିଟ୍‌‌ ଅପିଲ୍‌‌ରେ ଆସିଥିଲେ।  ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ଏମ୍‌‌.ଏସ୍‌‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣିକିଆ ବିଚାରପତିଙ୍କ ଆଦେଶକୁ ରଦ୍ଦ କରି ଦେଇଛନ୍ତି।  ସ୍କୁଲ୍‌‌ ମିଶ୍ରଣକୁ ବିରୋଧ କରି ଆସିଥିବା ଆବେଦନକାରୀମାନେ ଜିଲା ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କ ଅଭିଯୋଗ ରଖିପାରିବେ ବୋଲି ଅଦାଲତ କହିଛନ୍ତି। ଆବେଦନକାରୀଙ୍କ ଅଭିଯୋଗ ଉପରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ନ୍ୟାୟାଳୟ କହିଛନ୍ତି।
୨୦୧୮ ମସିହା ମେ’ ୧୪ରେ ରାଜ୍ୟ ସରକାର ସ୍କୁଲ୍‌‌ ମିଶ୍ରଣ ପାଇଁ ଏକ ନିୟମାବଳୀ ଆଣି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୨୦ ମାର୍ଚ୍ଚ ୧୧ରେ ଏକ ନିର୍ଦେଶନାମା ଜାରି କରାଯାଇଥିଲା। ତେବେ ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ହାଇକୋର୍ଟରେ ୧୬୮ଟି ମାମଲା ରୁଜୁ ହୋଇଥିଲା। ସମସ୍ତ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟର ଜଣିକିଆ ବିଚାରପତି ୨୦୨୧ ମେ’ ୪ରେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କରି ଦେଇଥିଲେ। ଯେଉଁ ବିଦ୍ୟାଳୟଗୁଡ଼ିକ ମିଶ୍ରଣ ହୋଇଯାଇଛି, ସେସବୁକୁ ପୁନଃ ଅବସ୍ଥାକୁ ଫେରାଇ ଆଣିବାକୁ ନିର୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ରାଜ୍ୟ ସରକାର ରିଟ୍‌‌ ଅପିଲ୍‌‌ରେ ଉଚ୍ଚ ନ୍ୟାୟାଳୟକୁ ଆସିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od