Sunday, February 23, 2025
Home ଆମ ଓଡ଼ିଶା ବିଡବ୍ଲ୍ୟୁଏଫ୍‌ ସୁପର -୧୦୦ ଓଡ଼ିଶା ମାଷ୍ଟର୍ସ :ସେମିରେ ଗାୟତ୍ରୀ-ମନ୍‌ସା

ବିଡବ୍ଲ୍ୟୁଏଫ୍‌ ସୁପର -୧୦୦ ଓଡ଼ିଶା ମାଷ୍ଟର୍ସ :ସେମିରେ ଗାୟତ୍ରୀ-ମନ୍‌ସା

by
0 comment

କଟକ: ଜବାହରଲାଲ ନେହରୁ ଇନଡୋର ଷ୍ଟାଡ଼ିୟମରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ସୁପର-୧୦୦ ଅନ୍ତର୍ଜାତିକ ଓଡ଼ିଶା ମାଷ୍ଟର୍ସ ବ୍ୟାଡ଼ିମଣ୍ଟନ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣର ମହିଳା ଏକକ ବର୍ଗ ସେମିଫାଇନାଲରେ ତନ୍‌ଭି ଶର୍ମା, ଶ୍ରୀୟାସିନି ଭାଲଥାଟି ପ୍ରବେଶ କରିଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲରେ ତନ୍‌ଭି ଶର୍ମା ୨୫-୨୩ ଓ ୨୧-୧୬ରେ ଅନମୋଲ ଖାରବଙ୍କୁପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।

ପୁରୁଷ ଏକକ କ୍ବାର୍ଟର ଫାଇନାଲରେ ଭାରତର ଋତିକ୍‌ ସଞ୍ଜୀବ ସତୀଶ କୁମାର ୪-୨୧, ୨୧-୧୯ ଓ ୨୧-୧୩ରେ ଚୀନର ହୁ ଜି ୟାନଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ମହିଳା ଯୁଗଳ କ୍ବାର୍ଟର ଫାଇନାଲରେ ଅଶ୍ବିନ କେ ଭଟ୍ଟ-ଶିଖା ଗୌତମ ଯୋଡ଼ି ୨୧-୧୯ ଓ ୨୧-୧୯ରେ ନିଜ ଦେଶର କାଭିପ୍ରିୟ‌ା ସାଲଭାମ-ସିମ୍ରନ ସିଂହ ଯୋଡ଼ିଙ୍କୁ , ଗାୟତ୍ରୀ ରାୱତ-ମନ୍‌ସା ରାୱତ ଯୋଡ଼ି ୨୧-୧୬,୧୫-୨୧ ଓ ୨୧-୧୧ରେ କନିକା କନ୍‌ୱାଲ-ଭାରତୀ ପାଲ ଯୋଡ଼ିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od