ବିଜେପି ସରକାର ଆସିଲେ ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ନୀତି, ଅଙ୍ଗନୱାଡି ଦିଦିଙ୍କର ମାସିକ ଦରମା ୧୨୦୦୦, ସହାୟିକାଙ୍କ ଦରମା ୮୦୦୦ ହେବ :ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ବିଳନୀ
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ ସାମ୍ବାଦିକ ସମ୍ବିଳନୀ କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବହୁ ଯୋଜନା ଆରମ୍ଭ ହେବ । ବିଜେପି ସରକାର ଆସିଲେ ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଯୋଜନା ଆରମ୍ଭ ହେବ । ମଧ୍ୟ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡି଼ଶାରେ ୩ଟି କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରାଯିବ। ରାଜ୍ୟର ସମସ୍ତ ଚିନିକଳ ଖୋଲିବ ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଢେଇ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଓଡିଶାକୁ ଆଣାଯିବ। ବନ୍ଦ ହୋଇଥିବା ୩ ଟେକ୍ସଟାଇଲ ମିଲ ଆଉ ୭ ସ୍ପିନି ମିଲ ବିଜେପି ସରକାରକୁ ଆସିଲେ ଖୋଲାଯିବ । ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ନୀତି ବିଜେପି ସରକାର ଲାଗୁ କରିବେ । ଗର୍ଭବତୀ ମହିଳାଙ୍କ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ଯୋଜନା ଆରମ୍ଭ କରାଯିବ। ବିଜେପି ସରକାର ଆସିଲେ ୧୮ ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ନିଜ ନିଜ ଟଙ୍କା ଫେରି ପାଇବେ ।
ଅଙ୍ଗନୱାଡି ଦିଦିଙ୍କର ମାସିକ ଦରମା ୧୨୦୦୦ ଓ ସହାୟିକାଙ୍କ ଦରମା ୮୦୦୦ କୁ ବୃଦ୍ଧି । ମୁଁ ମେଧାବୀ ଝିଅ ଯୋଜନାରେ ଝିଅ ଜନ୍ମ ହେଲେ ୨ ଲକ୍ଷ ଟଙ୍କା ମିଳିବ । ସୁଭଦ୍ରା ଯୋଜନାରେ ୫୦ ହଜାର କ୍ୟାସ ଭାଉଚର ମହିଳାଙ୍କୁ ପ୍ରଦାନ କରାଯିବ। ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଯୋଜନା ଆରମ୍ଭ ହେବ ।