Sunday, February 23, 2025
Sunday, February 23, 2025
Home ଦେଶ- ବିଦେଶ ବିଜେପିର ‘ଦିଲ୍ଲୀ’ ବିଜୟ: ସରିଲା ୨୭ ବର୍ଷର ବନବାସ

ବିଜେପିର ‘ଦିଲ୍ଲୀ’ ବିଜୟ: ସରିଲା ୨୭ ବର୍ଷର ବନବାସ

by
0 comment

ନୂଆଦିଲ୍ଲୀ: ଭାଜପା ଜିତିଲା ଦିଲ୍ଲୀର ଭରସା, ଆଉ ଆପ୍ ସରକାରକୁ ପରାସ୍ତ କରି ନିଜେ ସରକାର ଗଢିବାକୁ ସକ୍ଷମ ହେଲା । ୧୯୯୮ରୁ ୨୦୨୫, ଦୀର୍ଘ ୨୭ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରୁଛି ବିଜେପି । ଏଥିସହ ବିଜେପିର ବିଜୟ ତାଲିକାରେ ଯୋଡି ହୋଇଛି ଦିଲ୍ଲୀର ନାଁ । ଆପର ବିଜୟ ରଥରେ ବ୍ରେକ ଦେଇଛି ବିଜେପି । ଝାଡୁକୁ ପର କରି, ପଦ୍ମକୁ ଆଦରି ନେଇଛନ୍ତି ଦିଲ୍ଲୀବାସୀ । ତେବେ ବିଜେପିର ଏହି ଦିଲ୍ଲୀ ଦଖଲ ଅଭିଯାନ ପଛରେ ଅନେକ ଗୁଡିଏ ଫ୍ୟାକ୍ଟର କାମ କରିଛି । ଖାସକରି ବିଜେପିର ଶୀର୍ଷ ନେତୃତ୍ବଙ୍କ ପ୍ରଚାର ଓ ମୋଦୀ ଗ୍ୟାରେଣ୍ଟିକୁ ଭରସିଛନ୍ତି ଦିଲ୍ଲୀବାସୀ ।

ବିଜେପି ବିଜୟ ପଛର କାରଣ କଣ ? 
– ବିଜେପିର ପ୍ରତିଶ୍ରୁତି ଲୋକଙ୍କ ମନକୁ ଛୁଇଁଲା
– ମହିଳାଙ୍କୁ ୨୫୦୦ ଟଙ୍କା ଦେବା ପ୍ରତିଶ୍ରୁତି ବିଜେପି ପାଇଁ ମାଷ୍ଟରଷ୍ଟ୍ରୋକ୍ ସାଜିଲା
– ଆଗୁଆ ପ୍ରାର୍ଥୀ ଘୋଷଣା ଷ୍ଟ୍ରାଟେଜି ବେଶ୍ ସହାୟକ ସାଜିଲା
– ମଧ୍ୟବିତ୍ତଙ୍କ ବିଶ୍ବାସ ଜିତିବାରେ ସକ୍ଷମ ହେଲା ଦଳ
-ସରକାର ବିରୋଧୀ ହାୱା ବିଜେପିର ଦିଲ୍ଲୀ ବିଜୟର ବଡ କାରଣ ବୋଲି କୁହାଯାଉଛି 
– ସରକାର ବିରୋଧୀ ହାୱାର ଫାଇଦା ଉଠାଇଲା ବିଜେପି
– କେଜ୍ରିୱାଲଙ୍କ ଦେହରେ ଦୁର୍ନୀତିର ଦାଗ ଲାଗିବା ବିଜେପିକୁ ସୁହାଇଲା 
–  ଯମୁନା ସଫେଇ ପ୍ରସଙ୍ଗ ବିଜେପିକୁ କମବ୍ୟାକ୍ କରିବାକୁ ସୁଯୋଗ ଦେଲା
– ଆପର ଅତ୍ୟଧିକ ଆତ୍ମବିଶ୍ବାସ ବିଜେପି ପାଇଁ ଆଶୀର୍ବାଦ ପାଲଟିଲା
– ଆପ୍-କଂଗ୍ରେସ ମିଳିତ ଭାବେ ନଲଢ଼ିବା ବିଜେପିର ବିଜୟକୁ ସହଜ କଲା

୨୭ ବର୍ଷ ପରେ ବିଜେପି ସରକାରକୁ ଫେରିଛି । ବିଜେପି ସରକାର ଠାରୁ ଅନେକ କିଛି ଆଶା ରଖିଛନ୍ତି ଦିଲ୍ଲୀବାସୀ । ଡବଲ ଇଞ୍ଜିନ ସରକାର ଆସିଥିବାରୁ ଏବେ ଦୁଇଗୁଣା ବିକାଶ ଅପେକ୍ଷାରେ ରହିବେ ଦିଲ୍ଲୀବାସୀ । ତେଣୁ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଥିବା ବିଜେପି ଲୋକଙ୍କ ଭରସା ଜିତି ଥିବାରୁ ଲୋକଙ୍କ କାମ କରିବାକୁ ବେଶ ତତ୍ପର ହୋଇପାରେ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od