Sunday, February 23, 2025
Home ଦେଶ- ବିଦେଶ ‘ବିଗ୍ ବସ୍ ୧୮’ର ବିଜେତା ହେଲେ କରଣ ଭୀର ମେହେରା

‘ବିଗ୍ ବସ୍ ୧୮’ର ବିଜେତା ହେଲେ କରଣ ଭୀର ମେହେରା

by
0 comment

ମୁମ୍ବାଇ: ଅପେକ୍ଷାର ଅନ୍ତ ହେଲା । ‘ବିଗ୍ ବସ୍ ୧୮’ର ବିଜେତା ହେଲେ ଅଭିନେତା କରଣ ବୀର ମେହେରା । ଶ୍ରେଷ୍ଠ ୬ ଜଣ ଫାଇନାଲିଷ୍ଟଙ୍କୁ ହରାଇ ଟ୍ରଫି ହାତେଇଲେ କରଣ । ‘ବିଗ୍ ବସ୍ ୧୮’କୁ ମିଳିଲା ନୂଆ ବିଜେତା । ସର୍ବାଧିକ ଭୋଟ ପାଇ ‘ବିଗ୍ ବସ୍ ୧୮’ ସିଜିନର ବିଜୟ ମୁକଟ ପିନ୍ଧିଛନ୍ତି କରଣ ବୀର ମେହେରା । କରଣଙ୍କୁ ସୋ’ର ହୋଷ୍ଟ ସଲମାନ ଖାନ୍‍ ବିଜେତା ଭାବେ ଘୋଷଣା କରିବା ପରେ ପ୍ରଶଂସକମାନେ ବେଶ ଖୁସି ହୋଇଛନ୍ତି । କରଣଙ୍କ ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ଲଗାତାର ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରୁଛନ୍ତି ।  

ରିପୋର୍ଟ ଅନୁଯାୟୀ, ଶ୍ରେଷ୍ଠ ୬ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ପ୍ରଥମେ ଈଶା ସିଂ ବାହାରିଥିଲେ । ପରବର୍ତ୍ତୀ ଫାଇନାଲିଷ୍ଟରୁ ଚୁମ୍ ଦାରାଙ୍ଗ ବିଗ୍‍ ବସ୍‍ -୧୮ବିଜେତାରୁ ଓହରି ଯାଇଥିଲେ । ତାଙ୍କ ପରେ ଗ୍ରାଣ୍ଡ ପୁରସ୍କାର ଦୌଡ଼ରୁ ଅବିନାଶ ମିଶ୍ର ବାହାରିଥିଲେ । ଅବଶେଷରେ, ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଗ୍‍ ବସ୍‍ -୧୮ର ଟପ୍‍-୩ରେ ପହଞ୍ଚିଥିଲେ କରଣ ବୀର ମେହେରା, ଭିଭିଅନ୍ ଡିସେନା, ରଜତ ଦଲାଲ । ପରେ ରଜତ ଆଉଟ ହେବା ପରେ କରଣ ଏବଂ ଭିଭିଅନଙ୍କ ମଧ୍ୟରେ କିଏ ଜିତିବ ଟ୍ରଫି ସମସ୍ତଙ୍କ ନଜର ରହିଥିଲା । ଶେଷରେ ପ୍ରତି ସିଜନ୍‍ ପରି, ଏଥର ମଧ୍ୟ ସଲମାନ ଖାନ୍‍ ପୁରସ୍କାର ରାଶି ସହିତ କରଣ ବୀର ମେହେରାଙ୍କୁ ବିଗ ବସ୍ ୧୮ର ବିଜେତା ଘୋଷଣା କରିଥିଲେ । ଟ୍ରଫି ସହିତ, ଅଭିନେତା କରଣଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିଛି । 

ବିଗ୍ ବସ୍ ୧୮ର ବିଷୟବସ୍ତୁ ଥିଲା ‘ଟାଇମ କା ତାଣ୍ଡବ’ । ଏହି ସିଜିନ୍ ୬ ଅକ୍ଟୋବର ୨୦୨୪ରେ ଆରମ୍ଭ ହୋଇଥିଲା ଏବଂ ୧୯ ଜାନୁଆରି ୨୦୨୫ରେ ଗ୍ରାଣ୍ଡ ଫିନାଲେ ସହିତ ଶେଷ ହୋଇଥିଲା । ଏହି ସିଜିନ୍‍ ୧୮ ଜଣ ପ୍ରତିଯୋଗୀଙ୍କ ସହିତ ଆରମ୍ଭ ହୋଇଥିଲା ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od