ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ ସୀମାନ୍ତରେ ଥିବା ଜମନକିରା ବ୍ଳକ୍ ମହଦା ପଞ୍ଚାୟତ ଆଖଡାଦାଣ୍ଡ ନାମକ ଏକ ରାଜସ୍ୱ ଗ୍ରାମରେ ବସବାସ କରୁଥିବା ଲୋକେ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ। ଆଖଡାଦାଣ୍ଡ ଗାଁର ଲୋକଙ୍କ ପାଇଁ ବିଜୁଳି, ସ୍କୁଲ, ଅଙ୍ଗନବାଡି, ସ୍ୱଚ୍ଛ ପିଇବା ପାଣି ଆଦି ସର୍ବନିମ୍ନ ମୌଳିକ ସୁବିଧା ସାତ ସପନ। ଇଂରେଜ ସେନାବାହିନୀ ସହିତ ଲଢେଇ କରିବା ପାଇଁ ବୀର ସୁରେନ୍ଦ୍ର ସାଏ ଏଠାରେ ନିଜର ଗରିଲା ସେନାକୁ ଯୁଦ୍ଧ ବିଦ୍ୟା ତାଳିମ ଦେବାପରେ ସୈନ୍ୟମାନେ ଯୁଦ୍ଧବିଦ୍ୟାର ଆଖଡାପ୍ରଦର୍ଶନ କରୁଥିଲେ। ଏହାପରେ ଯୁଦ୍ଧ କ୍ଷେତ୍ରକୁ ଯାଉଥିଲେ ବୋଲି ଐତିହାସିକ କିମ୍ବଦନ୍ତି ରହିଛି । ଏଣୁ ଏହି ଗ୍ରାମ ଆଖଡାଦାଣ୍ଡ ରୂପେ ନାମିତ ହୋଇଥିବାର କୁହାଯାଏ। ଗ୍ରାମକୁ ଯାତାୟତ ପାଇଁ ରାସ୍ତା ନିର୍ମାଣ କରାଯିବା ସହିତ ବିଜୁଳି ଓ ସ୍ବଚ୍ଛ ପିଇବା ପାଣି ବ୍ୟବସ୍ଥା କରାଯିବାକୁ ଦାବୀ ହୋଇଛି।
ବିକାଶ ଖୋଜୁଛି ପର୍ବତ ଶିଖରର ଆଖଡାଦାଣ୍ଡ ଗାଁ
28