Monday, March 3, 2025
Monday, March 3, 2025
Home ଆମ ଜିଲା ଖବର ବାସିଫୁଲ ଦେଇଛି ପରିଚୟ: ସୁଗନ୍ଧିତ ଅଗରବତୀ ଏବଂ ଅବିର ତିଆରି କରି…

ବାସିଫୁଲ ଦେଇଛି ପରିଚୟ: ସୁଗନ୍ଧିତ ଅଗରବତୀ ଏବଂ ଅବିର ତିଆରି କରି…

by
0 comment

ସମ୍ବଲପୁର,୨ା୩(ଭବାନୀ ଶଙ୍କର ଭୋଇ): ବାସିଫୁଲ ଦେଇଛି ପରିଚୟ। ବିଭିନ୍ନ ମନ୍ଦିରରୁ ବାସିଫୁଲ ସଂଗ୍ରହ କରି ସୁଗନ୍ଧିତ ଅଗରବତୀ ଏବଂ ଅବିର ତିଆରି କରୁଥିବା ସମ୍ବଲପୁରର ପୁନମ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସଦସ୍ୟା ସର୍ବଭାରତୀୟ ପ୍ରଦର୍ଶନୀରେ ଭାଗନେବା ପାଇଁ ମନୋନୀତ ହୋଇ ରାଜସ୍ଥାନର ଜୟପୁରକୁ ଯାଉଛନ୍ତିି। ଆସନ୍ତା ୩ରୁ ୫ତାରିଖ ପର୍ଯ୍ୟନ୍ତ ଜୟପୁରରେ ପରିବେଶ ସୁରକ୍ଷା ଏବଂ ସାମାଜିକ ବିକାଶକୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବାସିଫୁଲରୁ ଅଗରବତୀ ଏବଂ ଅବିର ତିଆରି କରୁଥିବା ସମ୍ବଲପୁରର ପୁନମ ସ୍ବୟଂ ସହାୟକ ଗୋଷ୍ଠୀ ଭାଗନେଇ ନିଜର ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ ଏବଂ ବିକ୍ରି କରିବ। ବ୍ୟବହୃତ ସାମଗ୍ରୀର ପ୍ରକ୍ରିୟାକରଣ କରାଯାଇ ପୁନଃ ବ୍ୟବହାର ଉପଯୋଗୀ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଏହି ସମ୍ମିଳନୀରେ ଦେଶର ୧୫ଟି ଅନୁଷ୍ଠାନକୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି।

ପରିବେଶ ମନ୍ତ୍ରଣାଳୟ ସହଯୋଗରେ ମହୁଆ ସଙ୍ଗଠନ ଏହା ଆୟୋଜନ କରୁଛି। ଏସିଆ ଏବଂ ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ସଂଯୁକ୍ତ ରାଷ୍ଟ୍ର ଆର୍ଥିକ ଏବଂ ସାମାଜିକ ଆୟୋଗ ପକ୍ଷରୁ ଏହି ସମ୍ମିଳନୀକୁ ସହଯୋଗ କରାଯାଉଛି। ଏଥିରେ ଜାପାନ ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନ ମଧ୍ୟ ଅଂଶଗ୍ରହଣ କରିବ। ଏହି କାର୍ଯ୍ୟକ୍ରମରେ ପୁନମ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ଅବିର ଏବଂ ସୁଗନ୍ଧିତ ଅଗରବତୀ ତିଆରିରେ ସହଯୋଗ କରୁଥିବା ମହିଳାମାନେ ମଧ୍ୟ ଭାଗନେବେ। ତା’ ସହିତ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ସମ୍ବଲପୁରର ବିଭିନ୍ନ ମନ୍ଦିରରେ ଦେବଦେବୀଙ୍କଠାରେ ବ୍ୟବହୃତ ଫୁଲ ପୂର୍ବରୁ ଆବର୍ଜନାରେ ପରିଣତ ହେଉଥିଲା। ଦେଢବର୍ଷ ତଳେ ଏହାକୁ ପୁନଃ ଉପଯୋଗ କରାଯିବା ପାଇଁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଚେଷ୍ଟା କରାଯାଇଥିଲା। ଏହାପରେ ବାସିଫୁଲକୁ ବ୍ୟବହାର କରି ସୁଗନ୍ଧିତ ଅଗରବତୀ ଏବଂ ପ୍ରାକୃତିକ ଅବିର ତିଆରି କରିବା ପାଇଁ ପୁନମ ସ୍ବୟଂ ସହାୟକ ଗୋଷ୍ଠୀକୁ ତାଲିମ ଦିଆଯାଇଥିଲା। ସୁଧାର ଗୃହରେ ରହୁଥିବା ଅନ୍ତେବାସୀଙ୍କୁ ମଧ୍ୟ ଏହି କାମରେ ସାମିଲ କରାଯାଇଥିଲା।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od