Sunday, February 23, 2025
Home ବିଶେଷ ବାର ପୂର୍ଣ୍ଣକୁମ୍ଭ ଏକ ମହାକୁମ୍ଭ

ବାର ପୂର୍ଣ୍ଣକୁମ୍ଭ ଏକ ମହାକୁମ୍ଭ

by
0 comment

ଚଳିତବର୍ଷ ପ୍ରୟାଗରାଜଠାରେ ହେଉଥିବା କୁମ୍ଭମେଳା ବହୁ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। କାରଣ, ଏହା ଅର୍ଦ୍ଧକୁମ୍ଭ ବା ପୂର୍ଣ୍ଣକୁମ୍ଭ ନୁହେଁ; ଏହା ମହାକୁମ୍ଭ ମେଳା। ଏହା ୧୪୪ ବର୍ଷରେ ଥରେ ଅନୁଷ୍ଠିତ ହୁଏ। ଅର୍ଦ୍ଧକୁମ୍ଭ ପ୍ରତି ଛଅବର୍ଷରେ ଥରେ ଓ ପୂର୍ଣ୍ଣକୁମ୍ଭ ପ୍ରତି ବାର ବର୍ଷରେ ଥରେ ପଡ଼ିଥାଏ। ଏଣୁ ଦ୍ବାଦଶ ପୂର୍ଣ୍ଣକୁମ୍ଭ ସ୍ନାନଯୋଗରେ  ଗୋଟିଏ ମହାକୁମ୍ଭ ସ୍ନାନଯୋଗ ହୋଇଥାଏ।  ଏଥିପାଇଁ ସାରା ଭାରତବର୍ଷରେ ଓ ବିଶ୍ବରେ ଏହି ମହାକୁମ୍ଭମେଳା ପାଇଁ ବିଶେଷ ଆଗ୍ରହ ପ୍ରକାଶ ପାଇଛି।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଆମ ଦେଶରେ ଏବେ ହାରାହାରି ଜୀବନଧାରଣର ଅବଧି ୭୦ ବା ପ୍ରାୟ ୭୧ ବର୍ଷ ରହିଛି। କ‌ଳିଷଠା ଷାଠିଏକୁ ଅତିକ୍ରମ କରି ଏହା ଏ ଭିତରେ ପ୍ରାୟ ୧୧ ବର୍ଷ ବୃଦ୍ଧି ପାଇଛି। ମହାକୁମ୍ଭ ପ୍ରତି ୧୪୪ ବର୍ଷରେ ଥରେ ପଡ଼ୁଥିବାରୁ, ସ୍ବାଭାବିକ ଭାବରେ ଅନେ‌େକ ଆଶଙ୍କା କରୁଛନ୍ତି ଯେ ଆଗାମୀ ମହାକୁମ୍ଭ ସ୍ନାନ ସେମାନଙ୍କ ପାଇଁ ସମ୍ଭବ ନୁହେଁ। ସେଥିପାଇଁ ପ୍ରୟାଗରାଜରେ ଏବର୍ଷ ଅନୁଷ୍ଠିତ ହେଉଥିବା ଏହି ମହାକୁମ୍ଭରେ ସେମାନେ ସ୍ନାନକରି ପୁଣ୍ୟ ଅର୍ଜନ କରିବାର ସୌଭାଗ୍ୟକୁ ହାତଛଡ଼ା କରିବାପାଇଁ ଚାହାନ୍ତି ନାହିଁ। ସେଥିପାଇଁ ଭାରତର ୧୪୫ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କ ମଧ୍ୟରୁ ଅନ୍ୟୂନ ୪୫ କୋଟି ଏବର୍ଷ ଏହି ମହାକୁମ୍ଭମେଳାରେ ସ୍ନାନ କରିବେ ବୋଲି ଆକଳନ କରାଯାଇଛି।

ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ପବିତ୍ର ଜଳରେ ପବିତ୍ର ଲଗ୍ନରେ ସ୍ନାନ। ମକରସଂକ୍ରାନ୍ତି ଏହାର ଏକ ଗୁରୁତ୍ବପୂର୍ଣ୍ଣ ତିଥି। କାରଣ ଏହି ତିଥିରେ ବିଭିନ୍ନ ନଦୀରେ ମକର ସ୍ନାନ କରାଯାଇଥାଏ। କାରଣ, ଏହା ସୂର୍ଯ୍ୟଙ୍କର ଉତ୍ତରାୟଣର ଉଷାକାଳ। ଏହି ଦିନ ସୂର୍ଯ୍ୟ ମକରକ୍ରାନ୍ତିରୁ ଉତ୍ତର ଆଡ଼କୁ ଫେରନ୍ତି। ଏଣୁ ଏହି ଅବସରରେ  ଦେବପୀଠମାନଙ୍କରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଭକ୍ତମାନେ ନଦୀର ପବିତ୍ର ଜଳରେ ସ୍ନାନ କରି ଏହି ପୂଜାର୍ଚ୍ଚନା କରିଥାନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od