Saturday, February 22, 2025
Home ଜୀବନଚର୍ଯ୍ୟା ବାରମ୍ବାର ଯିବା ପାଇଁ ପଡିବନି- ଗୋଟିଏ ଭିଜିଟ୍‌ରେ ହେବ ଦାନ୍ତର ରୁଟ୍‌ କାନାଲ୍‌ ଚିକିତ୍ସା

ବାରମ୍ବାର ଯିବା ପାଇଁ ପଡିବନି- ଗୋଟିଏ ଭିଜିଟ୍‌ରେ ହେବ ଦାନ୍ତର ରୁଟ୍‌ କାନାଲ୍‌ ଚିକିତ୍ସା

by
0 comment

ବିଶ୍ୱ ସାସ୍ଥ୍ୟ ଦିବସ ଅବସରରେ ଆପଣ ସମସ୍ତଙ୍କୁ ସ୍ୱାସ୍ଥ୍ୟର ବିଶେଷ କରି ଦାନ୍ତର ଯତ୍ନ ନେବା ପାଇଁ ପରାମର୍ଶ ଦେବି ।  ଏହା କେବଳ ଖାଦ୍ୟ ଖାଇବା ନୁହେଁ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରବାରେ ସାହାଯ୍ୟ କରିଥାଏ । ସୁନ୍ଦର ଦାନ୍ତ ସୁନ୍ଦର ହସ ସହ ଏକ ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟ । ଜଣେ ବ୍ୟକ୍ତିଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ ।

ଦାନ୍ତ ଚିକିତ୍ସାରେ ଏବେ ଅନେକ ପରିବର୍ତ୍ତନ ହୋଇଛି । ନୂଆ ଟେକ୍ନୋଲଜି ଏବଂ ଉନ୍ନତମାନର ଚିକିତ୍ସା ଯୋଗୁଁ ଦାନ୍ତର ଚିକିତ୍ସା ଅଳ୍ପ ସମୟ ମଧ୍ୟରେ କରିହେଉଛି । ଦାନ୍ତର ବିଭିନ୍ନ ସମସ୍ୟା ଥିବା ଲୋକ ଯନ୍ତ୍ରଣାରୁ ମୁକ୍ତି ପାଇବା ସହ ସୁନ୍ଦର ଦାନ୍ତ ପାଇ ପାରୁଛନ୍ତି । ଦାନ୍ତର କୌଣସି ସମସ୍ୟା ଥିଲେ ନିହାତି ଭାବରେ ଆପଣ ଦନ୍ତ ଚିକିତ୍ସକ ବା ଡେଣ୍ଟିଷ୍ଟଙ୍କୁ  ଦେଖା କରନ୍ତୁ ।

ଏବେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଯୋଗୁଁ ବେଶ୍‌ ସଫଳଭାବେ ଦାନ୍ତର ଚିକିତ୍ସା କରାଯାଉଛି । ଆଗରୁ ଦାନ୍ତ ଉପୁଡା ଯାଉଥିଲା । ମାତ୍ର ଏବେ ରୁଟ୍‌ କାନାଲ୍‌ ସହ ଅନ୍ୟ ଚିକିତ୍ସା ବ୍ୟବସ୍ଥାରେ ଏହାର ସଫଳ ଚିକିତ୍ସା କରାଯାଉଛି । ଆଗରୁ ରୁଟ୍‌ କାନାଲ୍‌ ପାଇଁ ଦୁଇ ତିନିଥର ଡେଣ୍ଟିଷ୍ଟଙ୍କ ପାଖକୁ ଯିବା ପାଇଁ ପଡୁଥିଲା । ଏବେ ଗୋଟିଏ ଥରରେ ଏହାର ଚିକିତ୍ସା କରାଯାଇ ପାରୁଛି । ଗୋଟିଏ ଥରରେ ରୁଟ୍‌ କାନାଲ୍‌ ଚିକିତ୍ସା ଯନ୍ତ୍ରଣା କମ୍ କରିବା ସହ ଲୋକଙ୍କ ସମୟ ନଷ୍ଟ ହେଉନାହିଁ , ସେମାନ ନିଜର ନିୟମିତ କାର୍ଯ୍ୟ ସୁଚାରୁ ରୂପେ କରିପାରୁଛନ୍ତି । । ସୁନ୍ଦର , ସଫା ଏବଂ ସମ୍ପୂର୍ଣ୍ଣ ଧଳା ଦାନ୍ତ ମୁହଁର ସୌନ୍ଦର୍ଯ୍ୟ  ବୃଦ୍ଧି କରିପାରୁଛି । ଭୁବନେଶ୍ୱରର ନିଳମଣୀ ଡେଣ୍ଟାଲ୍‌ କ୍ଲିନିକ୍‌ରେ ସିଙ୍ଗଲ୍‌ ଭିଜିଟ୍‌ ରୁଟ୍‌ କାନାଲ୍‌ ଚିକିତ୍ସା ସଫଳ ଭାବେ କରାଯାଇ ପାରୁଛି । ଅନେକ ଲୋକ ଏଥିରୁ ସୁଫଳ ପାଇଁ ପାରିଛନ୍ତି ।

ଡକ୍ଟର – ପ୍ରଜ୍ଞା ପଟ୍ଟନାୟକ

ବିଡିଏସ୍‌ , ଏମ୍‌ଡିଏସ୍‌

ନୀଳମଣି ଡେଣ୍ଟାଲ୍‌ କ୍ଲିନିକ୍‌ ,

ମାତୃଭବନ , କଟକ ରୋଡ୍‌ . ଭୁବନେଶ୍ୱର -୬

ଫୋନ୍‌-୯୪୩୭୩୦୩୩୪୪

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od