Wednesday, February 19, 2025
Wednesday, February 19, 2025
Home Latest ବାମମୋଡ଼ ନେଲା ରଥ: ଶହେ ମିଟରରେ ଅଟକିଗଲା ବ୍ରହ୍ମ ତାଳଧ୍ବଜ

ବାମମୋଡ଼ ନେଲା ରଥ: ଶହେ ମିଟରରେ ଅଟକିଗଲା ବ୍ରହ୍ମ ତାଳଧ୍ବଜ

by
0 comment

ବାମମୋଡ଼ ନେଲା ରଥ: ଶହେ ମିଟରରେ ଅଟକିଗଲା ବ୍ରହ୍ମ ତାଳଧ୍ବଜ

କେନ୍ଦ୍ରାପଡ଼ା: ଶ୍ରୀଗୁଣ୍ଡିଚା ଯାତ୍ରାର ଦ୍ୱିତୀୟ ଦିନରେ ଆଜି ବଳଦେବଜିଉଙ୍କ ରଥ ମାଉସୀ ମା’ ମନ୍ଦିର ଆଗରେ ପହଞ୍ଚି ପାରିନାହିଁ। ମାତ୍ର ଶହେ ମିଟର ଆଗକୁ ଯାଇ ରଥ ବାମ ମୋଡ଼ ନେଇ ଅଟକି ଯାଇଛି। ପାରାଦୀପରୁ ଆସିଥିବା ଜଗ୍‌ ଦ୍ବାରା ରଥକୁ ସିଧା କରାଯାଇ ଚଳାଇବାକୁ ଉଦ୍ୟମ କରାଯାଇଥିଲେ ହେଁ ତାହା ଫଳପ୍ରଦ ହୋଇନାହିଁ। ଦେବୋତ୍ତର ବିଭାଗ ଅଫିସ ଆଗରେ ବ୍ରହ୍ମ ତାଳଧ୍ୱଜ ରଥ ଅଟକି ରହିଛି। ଆସନ୍ତାକାଲି ପୂର୍ବାହ୍ନରେ ରଥ ଟଣାଯିବ ବୋଲି ସୂଚନା ଦିଆଯାଇଛି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଚଳିତବର୍ଷ ମହାପ୍ରୁଙ୍କ ରଥଯାତ୍ରାରେ ବିରଳ ସଂଯୋଗ ଘଟିଛି। ଏଥର ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିଲା। ସେଥିପାଇଁ ରବିବାର ଗୋଟିଏ ଦିନରେ ସମସ୍ତ ନୀତିକାନ୍ତି ସରିବା ପରେ ଶ୍ରୀଜିଉ ରଥକୁ ବିଜେ କରିଥିଲେ ମଧ୍ୟ ନୀତି ବିଳମ୍ବ କାରଣରୁ ରଥ ଟଣାଯାଇପାରି ନ ଥିଲା। ଆଜିର ଦ୍ବିତୀୟ ଶ୍ରୀଗୁଣ୍ଡିଚାରେ ରଥାରୁଢ ଶ୍ରୀଜିଉଙ୍କ ପାଖେ ନିର୍ଘଣ୍ଟ ଅନୁଯାୟୀ ନୀତି ସଂପନ୍ନ ହୋଇଥିଲା। ସକାଳେ ଜଳମଙ୍ଗଳ ଆଳତି, ନୀତିସ୍ନାନ ବଲ୍ଲଭ ପରେ ଦିନ ୧୧ଟା ବେ‌ଳେ ବେଶ ହୋଇଥିଲା। ଅପରାହ୍ନ ୨ଟା ସୁଦ୍ଧା ସକାଳ ଓ ଦ୍ବିପ୍ରହର ଧୂପ ଲାଗି ହେବା ପ‌‌ରେ ରଥଟଣା ଆରମ୍ଭ ହୋଇଥିଲା। ବଡ଼ଦାଣ୍ଡରେ ଅପେକ୍ଷାରତ ହଜାରହଜାର ଶ୍ରଦ୍ଧାଳୁ ରଥ ଟାଣିଥିଲେ। ମାତ୍ର ଶହେ ମିଟର ଆଗକୁ ଯିବା ପରେ ରଥ ବାମ ପାର୍ଶ୍ବକୁ ମୋଡ଼ ନେବାରୁ ଦୋବୋତ୍ତର ବିଭାଗ କାର୍ଯ୍ୟାଳୟ ଆଗରେ ଅଟକାଇ ଦିଆଯାଇଥିଲା। ପୂର୍ବରୁ ପ୍ରସ୍ତୁତ ଥିବା‌ ପାରାଦୀପ ରେଳ ବିଭାଗର ୨୦ ଜଣିଆ ସ୍ବତନ୍ତ୍ର ଟିମ୍‌ ଜଗ୍‌ ଲଗାଇ ରଥକୁ ସିଧା କରିବାକୁ ଉଦ୍ୟମ କରିଥିଲେ। ସେଥିରେ ମଧ୍ୟ ସଫଳ ହୋଇଥିଲେ। ହେଲେ, ପୁନଶ୍ଚ ରଥ ଟଣାଯିବା ପରେ ୫୦ ମିଟର ଯାଇ ପୁଣି ବାମ ପାର୍ଶ୍ବକୁ ମୋଡ଼ ନେଇଥିଲା। ରେଳବାଇ କର୍ମଚାରୀମାନେ ଜଗ୍‌ ଲଗାଇ ରଥକୁ ସିଧା କରିବାକୁ ଉଦ୍ୟମ କରିଥିଲେ ହେଁ ସୂର୍ଯ୍ୟାସ୍ତ ହୋଇଯିବାରୁ ବିଧି ମୁତାବକ ରଥଟଣା ବନ୍ଦ ରହିଥିଲା। ତେବେ ରଥ ଉପରେ ଶ୍ରୀଜିଉଙ୍କ ପାଖେ ରାତିରେ ସନ୍ଧ୍ୟା ଆଳତି, ରାତ୍ରଧୂପ ଓ ବଡ଼ସିଂହାର ବେଶ କରାଯାଇଛି।

ଦୋ ବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ବଳଭ୍ରଦ ପତ୍ରୀ କହିଛନ୍ତି, ଆଜି ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ ୨ଟା ସୁଦ୍ଧା ସମସ୍ତ ନୀତି ସରିଥିଲା। ଠିକ୍‌ ସମୟରେ ରଥ ବି ଟଣା ହୋଇଥିଲା। ମାତ୍ର ରଥ ବାମ ମୋଡ଼ ନେବାରୁ ଆଉ ଆଗକୁ ଗଡ଼ି ପାରିନାହିଁ। ଆସନ୍ତାକାଲି ପୂର୍ବାହ୍ନରେ ପୁଣି ରଥ ଟଣାଯିବ। ତେବେ ରଥକୁ ଟାଣିବା ପାଇଁ ବଡ଼ଦାଣ୍ଡ ଜନସମୁଦ୍ର ହୋଇ ପଡ଼ିଥିଲା। ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନରେ ରଥଦାଣ୍ଡ ଉଛୁଳି ପଡ଼ିଥିଲା। ଅତି ପାଖରୁ ସ୍ବଚକ୍ଷୁରେ ରଥାରୁଢ ଶ୍ରୀଜିଉଙ୍କୁ ଦେଖି ଭକ୍ତମାନଙ୍କ ଭାବବିହ୍ବଳ ହୋଇପଡ଼ିଥିଲେ। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁରବିକାଶ, ଏସ୍‌ପି ସିଦ୍ଧାର୍ଥ କାଟେରିଆ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସୂଚନା ଥାଉ କି, ଗତ ୨ ବର୍ଷ ହେଲା ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଛି। ୨୦୨୨ରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚିବାକୁ ୪ ଦିନ ଲାଗି ଯାଇଥିଲା। ଏଥର ବି ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ବାରମ୍ବାର ଏଭଳି ବିଭ୍ରାଟକୁ ନେଇ ଭକ୍ତ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od