Monday, February 24, 2025
Home acid ବାପ-ପୁଅଙ୍କୁ ଏସିଡ୍‌ ମାଡ଼ ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ବାପ-ପୁଅଙ୍କୁ ଏସିଡ୍‌ ମାଡ଼ ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

by
0 comment

ତୁମୁଡ଼ିବନ୍ଧ,୨୦ା୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଡ଼ା କୁନ୍ଦେଲ ଗ୍ରାମର ବାପ-ପୁଅଙ୍କୁ ଏସିଡ୍‌ ମା’ ଘଟଣାର ତଦନ୍ତ ଆରମ୍ଭ କରି ସେହି ଗ୍ରାମର ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରହିଛି।

ଏହାରି ଭିତରେ ରବିବାର ଅପରାହ୍ନରେ ବୌଦ୍ଧରୁ ଏକ ୬ ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ତୁମୁଡିବନ୍ଧ ଥାନାରେ ପହଞ୍ଚି ଘଟଣା ଘଟିଥିବା ବୁଡ଼ା କୁନ୍ଦେଲ ଗ୍ରାମକୁ ଯାଇ ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ କରିଥିଲେ। ଏହି ତଦନ୍ତ ବେଳେ କନ୍ଧମାଳ ଡିଏସ୍‌ପି କମଳ କୁମାର ପଣ୍ଡା ଓ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ,  ଶନିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତ ଘରେ ପଶି ବାପ-ପୁଅଙ୍କୁ ଏସିଡ୍‌ ମାଡ଼ କରି ପଳେଇ ଯାଇଥିବା ଅଭିଯୋଗ ହୋଇଥିଲା। ବାପ-ପୁଅଙ୍କୁ  ଗୁରୁତର ଅବସ୍ଥାରେ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତର ବୁଢା କୁଣ୍ଢେଲ ଗାଁରୁ ଏପରି ଅଭିଯୋଗ ଆସିଛି। ବୁଢ଼ା କୁଣ୍ଡେଲ ଗାଁର ମୋହନ ପନ୍ଦର ନିଜ ୧୨ ବର୍ଷର ପୁଅ ଅନୁଜଙ୍କ ସହ ଶୋଇଥିଲେ। ରାତ୍ରି ପ୍ରାୟ ୨ଟା ସମୟରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୃତ୍ତ ଆସି ଏସିଡ୍‌ ଫିଙ୍ଗି ଦୌଡ଼ି ପଳେଇଥିବା ଅଭିଯୋଗ କରିଛନ୍ତି। ଏସିଡ୍‌ ମାଡ଼ର ଶିକାର ହୋଇଥିବା ମୋହନ ପନ୍ଦର। ତେବେ ମୋହନ ଓ ତାଙ୍କ ପୁଅର ଛାତି ଓ ମୁହଁ ପୋଡି ଯାଇଥିବାବେଳେ ତୁମୁଡିବନ୍ଧ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତୁମୁଡିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od