Sunday, January 19, 2025
Sunday, January 19, 2025
Home Latest ବାପାଙ୍କ ବିନା ମୋତେ ଏବେ ସବୁକିଛି କରିବାକୁ ପଡ଼ୁଛି

ବାପାଙ୍କ ବିନା ମୋତେ ଏବେ ସବୁକିଛି କରିବାକୁ ପଡ଼ୁଛି

by
0 comment

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ଏନସିପି ଅଜିତ ପାୱାର ଦଳରେ ଯୋଗ ଦେଇଛନ୍ତି। ଦଳରେ ଯୋଗଦେବା ମାତ୍ରେ ଦଳ ତାଙ୍କୁ ଟିକେଟ ଦେବାକୁ ଘୋଷଣା କରିଥିଲା । ଜିଶାନ ସିଦ୍ଦିକି ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ରହିଛନ୍ତି। କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ଏଥର  ଜିଶାନ ସିଦ୍ଦିକି ତାଙ୍କ ପୁରୁଣା ବିଧାନସଭା ନିର୍ବାଚନମଣ୍ଡଳୀ ବାନ୍ଦ୍ରା ଇଷ୍ଟରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

ତେବେ ଜିଶାନ ସିଦ୍ଦିକି ନିର୍ବାଚନ ପୂର୍ବରୁ ଉମ୍ରା କରିବାକୁ ପହଞ୍ଚିଯାଇଛନ୍ତି। ବାପା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଜିଶାନଙ୍କର ଏହା ହେଉଛି ପ୍ରଥମ ନିର୍ବାଚନ । ଏକ ପୋଷ୍ଟ ମାଧ୍ୟମରେ ଜିଶାନ କହିଛନ୍ତି, ‘ ବାପାଙ୍କ ବିନା ଏହା ମୋର ପ୍ରଥମ ନିର୍ବାଚନ। ବାବା ସିଦ୍ଦିକିଙ୍କ ହତ୍ୟା ପରେ କଂଗ୍ରେସ ମୋର ଟିକେଟ୍ ବାତିଲ କରିଦେଇଥିଲା। ଏହାପରେ ମୁଁ ଅଜିତଙ୍କ ଦଳରେ ଯୋଗ ଦେଇଛି। ଦଳ ମୋତେ ତୁରନ୍ତ ତାଙ୍କ  ଆସନରୁ ଟିକେଟ ଦେଇଛି।

୯୯୯ରେ  ପ୍ରଥମ ଥର ପାଇଁ ବାପା ବିଧାୟକ ଭାବରେ ନିର୍ବାଚିତ ହେବା ପୂର୍ବରୁ ଏବଂ ୨୦୧୯ ରେ ମୁଁ ବିଧାୟକ ଭାବରେ ବଛା ଯିବା ପର୍ଯ୍ୟନ୍ତ ବାପା ଏବଂ ମୁଁ ସବୁବେଳେ  ଉମ୍ରା କରୁଥିଲୁ । ପ୍ରାର୍ଥୀପତ୍ର ଦାଖଲ ପରେ ଆମେ ଦୁହେଁ ଏକାଠି ମକ୍କା-ମଦିନାକୁ ଆସୁଥିଲୁ । ବାପାଙ୍କ ବିନା ଏହା ମୋର ପ୍ରଥମ ଉମ୍ରା ।ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ମୁହୂର୍ତ୍ତରେ ବାପା ମୋର ଖୁବ ମନେପଡ଼ୁଛନ୍ତି। ତାଙ୍କ ବିନା ସବୁ୍କିଛି କରିବାକୁ ପଡ଼ୁଛି।‘

ଉଲ୍ଲେଖ ଥାଉ କି କିଛିଦିନ ତଳେ ଏନ୍‌ସିପି ନେତା ବାବା ସିଦ୍ଦିକି(୬୬)ଙ୍କୁ ତାଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ନିକଟରେ ହତ୍ୟା କରାଯାଇଥିଲା । ବାନ୍ଦ୍ରା ଇଷ୍ଟ୍‌ର ନିର୍ମଳ ନଗର ଅଞ୍ଚଳରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟରମାନେ ତାଙ୍କୁ ହତ୍ୟା କରିଥିଲେ । 

ଅଧିକପଢ଼ନ୍ତୁ:ସରକାରଙ୍କ ଗାଇଡଲାଇନ୍‌କୁ ଅଣଦେଖା: ରାତି ୯ଟା ପରେ ବି ଫୁଟିଲା ବାଣ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od