ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଶାଲିମାର ଗାର୍ଡନ ଅଞ୍ଚଳସ୍ଥ ଟାଟା ଷ୍ଟିଲର ନ୍ୟାସନାଲ ବିଜନେସ ହେଡ ବିନୟ ତ୍ୟାଗୀଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଯାଞ୍ଚ ଆରମ୍ଭ କରି ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାତିରେ ୪୦ବର୍ଷୀୟ ବିନୟ ତ୍ୟାଗୀଙ୍କୁ ଘର ପାଖ ନଳାରେ ଗୁରୁତର ଅବସ୍ଥାରେ ପଡ଼ିଥିବା ସ୍ଥାନୀୟଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ ଓ ପରିବାରଲୋକଙ୍କୁ ଏଘଟଣା ବିଷୟରେ ଖବର ଦେଇଥିଲେ। ପୁଲିସ ସହାୟତାରେ ପରିବାରଲୋକ ବିନୟ ତ୍ୟାଗୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।
ଶୁକ୍ରବାର ସନ୍ଧ୍ୟାରେ ବିନୟ କାର୍ଯ୍ୟାଳୟରୁ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ସମୟରେ ତ୍ୟାଗୀ ତାଙ୍କର ମୋବାଇଲ ଲୋକେସନ ନିଜର ସ୍ତ୍ରୀଙ୍କୁ ପଠାଇ ରାଜେନ୍ଦ୍ର ନଗର ମେଟ୍ରୋ ଷ୍ଟେସନରୁ ନେବା ପାଇଁ କହିଥିଲେ। ସ୍ତ୍ରୀ ଯେତେବେଳେ ସ୍ବାମୀଙ୍କୁ ନେବା ପାଇଁ ଷ୍ଟେସନରେ ପହଞ୍ଚିଥିଲେ ତ୍ୟାଗୀ ସେଠାରେ ନଥିଲେ। ଫୋନକୁ କଲ କରିଥିଲେ ହେଁ ତ୍ୟାଗୀଙ୍କ କୌଣସି ଉତ୍ତର ମିଳି ନଥିଲା।
ବିନୟ ତ୍ୟାଗୀ ଦିଲ୍ଲୀର ଟାଟା ଷ୍ଟିଲରେ କାମ କରୁଥିଲେ। ସେ ମେଟ୍ରୋ ଟ୍ରେନରେ ଯାତାୟାତ କରିଥାଆନ୍ତି। ପାଖାପାଖି ୧ମାସ ହେବ ତାଙ୍କର କୋଲକାତାରୁ ଦିଲ୍ଲୀ ଟ୍ରାନ୍ସଫର ହୋଇଥିଲା। ସେ ପ୍ରତିଦିନ ରାତି ୧୦ଟାରେ ଘରକୁ ଫେରି ଥାଆନ୍ତି।
ବିନୟ ତ୍ୟାଗୀ ବିଶମ୍ବର ସିଂହ ତ୍ୟାଗୀଙ୍କ ବାପା କହିଛନ୍ତି, ‘ପୁଅ କାମ ଶେଷ ହେବାପରେ ଖୁବଶୀଘ୍ର ଘରକୁ ଫେରୁଥିବା କହିଥିଲା। ଏଥିସହିତ କ’ଣ ଆବଶ୍ୟକ ଅଛି ଘରକୁ ନେବି ବୋଲି ପଚାରିଥିଲା। ତେବେ ପହଞ୍ଚିବା ସମୟ ବିଳମ୍ବ ହେବାରୁ ଆମେ ତାକୁ ଫୋନ ଲଗାଇଥିଲୁ କିନ୍ତୁ ତାର ଫୋନ ଆଉ ଲାଗି ନଥିଲା। ’