Wednesday, February 19, 2025
Home Latest ବାଂଲାଦେଶରେ ୩୦ ହଜାର ହିନ୍ଦୁଙ୍କ ବିରୋଧ ପ୍ରଦର୍ଶନ: ସୁରକ୍ଷା ଦାବି କଲେ

ବାଂଲାଦେଶରେ ୩୦ ହଜାର ହିନ୍ଦୁଙ୍କ ବିରୋଧ ପ୍ରଦର୍ଶନ: ସୁରକ୍ଷା ଦାବି କଲେ

by
0 comment

ଢାକା: ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ସୁରକ୍ଷା ତଥା ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ହିନ୍ଦୁ ସମ୍ପ୍ରଦାୟର ୩୦ ହଜାରରୁ ଅଧିକ ସଦସ୍ୟ ଶନିବାର ଦିନ ଏକ ରାଲି କରି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କଠାରୁ ସୁରକ୍ଷା ତଥା ନିର୍ଯାତନା ଏବଂ ସମ୍ପ୍ରଦାୟର ନେତାଙ୍କ ବିରୋଧରେ ଦାଖଲ ହୋଇଥିବା ଦେଶଦ୍ରୋହ ମାମଲା ରଦ୍ଦ କରିବାକୁ ଦାବି କରିଛନ୍ତି।

 ସେମାନେ ଦକ୍ଷିଣ-ପୂର୍ବ ଚଟଗାଓଁ ସହରର ଏକ ପ୍ରମୁଖ ଛକଠାରେ ଏକତ୍ରିତ ହୋଇ ସ୍ଲୋଗାନ ଦେଇଥିଲେ। ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଏନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ହିନ୍ଦୁ ଗୋଷ୍ଠୀ କହିଛନ୍ତି ଯେ ଅଗଷ୍ଟ ଆରମ୍ଭରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଧର୍ମନିରପେକ୍ଷ ସରକାର ବହିଷ୍କାର ହେବା ପରେ ଏବଂ ହସିନା ଦେଶ ଛାଡି ପଳାଇବା ପରଠାରୁ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି। ହସିନା ସରକାରଙ୍କ ପତନ ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀ ସରକାର ଗଠନ କରାଯାଇଥିଲା ତେବେ ନୂଆ ସରକାରଙ୍କ ସମୟରେ ହିନ୍ଦୁଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟଛାତ୍ରମାନଙ୍କ ଆନ୍ଦୋଳନ ହିଂସାତ୍ମକ ହେବା ପରେ ଶେଖ ହସିନା ଦେଶ ଛାଡିଥିଲେ। ବାଂଲାଦେଶର ଜନସଂଖ୍ୟା ପ୍ରାୟ ୧୭ କୋଟି। ସେଥିମଧ୍ୟରୁ ହିନ୍ଦୁମାନେ ପ୍ରାୟ ୮ ପ୍ରତିଶତ। ଯେତେବେଳେ କି ଦେଶର ଜନସଂଖ୍ୟାର ୯୧ ପ୍ରତିଶତ ମୁସଲମାନ।  ଦେଶର ପ୍ରଭାବଶାଳୀ ସଂଖ୍ୟାଲଘୁ ଗୋଷ୍ଠୀ ‘ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ଏକତା ପରିଷଦ’ କହିଛି ଯେ ଅଗଷ୍ଟ ୪ ତାରିଖରୁ ହିନ୍ଦୁମାନଙ୍କ ଉପରେ ୨ ହଜାରରୁ ଅଧିକ ଆକ୍ରମଣ ହୋଇଛି।

ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ କହିଛନ୍ତି ଯେ ମଧ୍ୟବର୍ତ୍ତୀକାଳୀନ ସରକାର ସେମାନଙ୍କୁ ଯଥେଷ୍ଟ ସୁରକ୍ଷା ଦେଉ ନାହାନ୍ତି। ହସିନା ସରକାରଙ୍କ ପରେ, ମୂଳ ଇସଲାମବାଦୀମାନେ ଅଧିକ ପ୍ରଭାବଶାଳୀ ହେବାକୁ ଲାଗିଛନ୍ତି। ଅକ୍ଟୋବର ୨୫ରେ ସହରରେ ଅନୁଷ୍ଠିତ ରାଲିରେ ବିଶିଷ୍ଟ ପୁରୋହିତ ଚନ୍ଦନ କୁମାର ଧରଙ୍କ ସମେତ ୧୯ ଜଣ ହିନ୍ଦୁ ନେତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗରେ ଏକ ମାମଲା ବୁଧବାର ରୁଜୁ ହୋଇଥିଲା।

ଶୁକ୍ରବାର ଦିନ ଚଟଗାଓଁରେ ଏହା ବିରୋଧରେ ଏକ ବିରୋଧର ଆୟୋଜନ କରାଯାଇଥିଲା। ଦୁଇ ନେତାଙ୍କ ଗିରଫଦାରୀକୁ ନେଇ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଅସନ୍ତୁଷ୍ଟ ଅଛନ୍ତି। ଅଭିଯୋଗ ହୋଇଛି ଯେ ଅକ୍ଟୋବର ୨୫ ରାଲିରେ ଯୋଗ ଦେଉଥିବା ଏକ ଦଳ ବାଂଲାଦେଶ ଜାତୀୟ ପତାକା ଉପରେ ଏକ ଗୈରିକ ପତାକା ଲଗାଇଥିବାର ଅଭିଯୋଗ ହୋଇଥିଲା। ଏହାକୁ ଜାତୀୟ ପତାକା ପ୍ରତି ଅପମାନ ବୋଲି ବିବେଚନା କରାଯାଇଥିଲା।

ଅଧିକ ପଢ଼ନ୍ତୁ:

ଆତଙ୍କବାଦୀ ଆକ୍ରମଣ ପଛରେ ଗୁପ୍ତଚର ଏଜେନ୍ସି: ଫାରୁକ୍ ଅବଦୁଲ୍ଲା

ହିନ୍ଦୁ ସମ୍ପ୍ରଦାୟର ନେତାମାନେ କହିଛନ୍ତି ଯେ ଏହି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଗୁରୁବାର ସେମାନେ ଦାବି କରିଥିଲେ ଯେ, ୭୨ଘଣ୍ଟା ମଧ୍ୟରେ ଏହି ମାମଲା ପ୍ରତ୍ୟାହାର କରାଯାଉ। ଏହାପରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନେ ଶନିବାର ଆଉ ଏକ ରାଲିର ଆୟୋଜନ କରିବାକୁ ଯୋଜନା କରିଥିଲେ।

ଅଧିକ ପଢ଼ନ୍ତୁ:

ଭାରତକୁ ‘ଶତ୍ରୁ ଦେଶ’ ତାଲିକାରେ ରଖିଲା କାନାଡା

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od