ଶ୍ରୀନଗର: ଜମ୍ମୁ କାଶ୍ମୀରର ରିଏସି ଜିଲ୍ଲାରେ ଆଜି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେବା ପରେ ଏକ ତୀର୍ଥଯାତ୍ରୀ ବସ୍ ପାହାଡ଼ ତଳକୁ ଖସି ପଡ଼ିଛି। ଏହି ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆତଙ୍କବାଦୀଙ୍କ ଆକ୍ରମଣରେ ବଞ୍ଚି ଯାଇଥିବା ଭାଗ୍ୟବାନ ଯାତ୍ରୀଙ୍କ କହିବାନୁଯାୟୀ, ଖାଲରେ ବସ ପଡ଼ିଯିବା ହେତୁ ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଛି। ଯଦି ବସ୍ ରାସ୍ତାରେ ରହିଥାନ୍ତା, ତେବେ ଗୁଳି ଚଳାଉଥିବା ଆତଙ୍କବାଦୀମାନେ କୌଣସି ଯାତ୍ରୀଙ୍କୁ ଜୀବନ୍ତ ଛାଡ଼ି ନଥାନ୍ତେ।
ବସ୍ ପାହାଡ଼ରୁ ତଳେ ପଡ଼ିଯିବା ପରେ ଯାତ୍ରୀମାନେ ଚିତ୍କାର କରିଥିଲେ। ଏହାପରେ ବି ଅନେକ ସମୟ ଧରି ଆତଙ୍କବାଦୀମାନେ ଗୁଳି ଫୁଟାଇ ଚାଲିଥିଲେ।’
ସେହିପରି ଅନ୍ୟ ଜଣେ ଯାତ୍ରୀ କହିଛନ୍ତି, ‘ମୁଁ ଚାଳକଙ୍କ ପାଖରେ ବସିଥିଲି। ହଠାତ ଦେଖି ସେନା ଭଳି ପୋଷାକ ପିନ୍ଧି ମୁହଁରେ ଖଳା କପଡ଼ା ଗୁଡ଼ାଇ ହୋଇ କିଛିଲୋକ ବସ ସାମ୍ନାକୁ ଚାଲି ଆସିଥିଲେ। ଏହି ସମୟରେ ଆମେ କିଛି ବୁଝିବା ପୂର୍ବରୁ ସେମାନେ ବସ ଉପରକୁ ଗୁଳି କରିବା ଆରମ୍ଭ କରି ଦେଇଥିଲେ।
ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନିବର୍ଷର ଶିଶୁ ବି ଅଛି। ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଆମକୁ ସାହାଯ୍ୟ କରିଥିଲେ।’