Posted inଆମ ଜିଲା ଖବର, ଖୋର୍ଦ୍ଧା, ରାଜ୍ୟ
ବରୁଣେଇ ପାହାଡ଼ରେ ଲାଗିଲା ନିଆଁ

ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବୁଧବାର ପୁଣି ବରୁଣେଇ ପାହାଡ଼ରେ ନିଆଁ ଲାଗିଛି। ତେବେ ଏହି ନିଆଁ କିଭଳି ଲାଗିଲା ସେ ବିଷୟରେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଏହି ଅଗ୍ନିକାଣ୍ଡରେ ବରୁଣେଇ ପାହାଡ଼ ଉପରେ ଥିବା ଗଛସବୁ ଜଳୁଥିବାର ଦେଖିବାକୁ ମିଳିଥିଲା।
ଖବର ପାଇ ଖୋର୍ଦ୍ଧା ବନ ବିଭାଗର ୧୨ଜଣ କର୍ମଚାରୀ ପାହାଡ଼ ଉପରକୁ ଚଢ଼ି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିପଡ଼ିଥିଲେ। ଦୀର୍ଘ ସମୟ ଧରି ଅଗ୍ନିଶମ ବିଭାଗର କର୍ମଚାରୀମାନେ କଠିନ ପରିଶ୍ରମ କରିବା ପରେ ପାହାଡ଼ ଉପରେ ଥିବା ବହୁ ମୂଲ୍ୟବାନ ଗଛକୁ ରକ୍ଷା କରିପାରିଛନ୍ତି। ନିଆଁ କେମିତି ବ୍ୟାପିଲା ସେନେଇ ଅନୁଧ୍ୟାନ କରାଯାଉଛି।
Posted inଆମ ଜିଲା ଖବର, ଖୋର୍ଦ୍ଧା, ରାଜ୍ୟ View All
Posted inଆମ ଜିଲା ଖବର, ଖୋର୍ଦ୍ଧା, ରାଜ୍ୟ View All

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ ତାରିଖ ବୃଦ୍ଧି
ଭୁବନେଶ୍ୱର,୨୦।୧୧: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆବେଦନ ତାରିଖକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ଶିକ୍ଷାବର୍ଷ ପାଇଁ…

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତର ପ୍ରଭାବ, ପାଣିପାଗ ବିଭାଗର ପୂର୍ବାନୁମାନ
ଭୁବନେଶ୍ୱର, ୨୦।୧୧: ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଗତ ଦୁଇଦିନ ଧରି ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଶୀତର ପ୍ରଭାବ ବୃଦ୍ଧି ପାଇଛି । ଆସନ୍ତା ୪…

ଫେବୃଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା
ଭୁବନେଶ୍ୱର,୨୦ା୧୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ବୁଧବାର +୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଅନୁଯାୟୀ, ଫେବୃଆରୀ ୧୮ରୁ +୨ ପରୀକ୍ଷା…

ସମ୍ବଲପୁରରେ ପୁଣି ନିଷିଦ୍ଧ କଫ୍ସିରପ୍ ଜବତ, ୧୨ ଜଣଙ୍କୁ ବାନ୍ଧିଲା ପୋଲିସ
ସମ୍ବଲପୁର,୨୦ା୧୧: ସମ୍ବଲପୁରରେ ପୁଣି ବିପୁଳ ପରିମାଣର ନିଷିଦ୍ଧ କଫ୍ସିରପ ଜବତ ହୋଇଛି। ଗତ ୧୭ ତାରିଖରେ ସଦରଥାନା ପୋଲିସ ଦ୍ବାରା ୧୦୦ ମିଲିମିଟର ବିଶିଷ୍ଟ ୨୨୭୨ଟି…

ସାକ୍ଷୀଗୋପାଳ ବିଦ୍ୟୁତ ସବଡିଭିଜନ କାର୍ଯ୍ୟାଳୟରେ ଧାରଣା
ସାକ୍ଷୀଗୋପାଳ,୨୦।୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଗ୍ରାମୀଣ ମହିଳାମାନଙ୍କ ଆତ୍ମନିର୍ଭରଶୀଳ ନିମନ୍ତେ ଗଠନ କରାଯାଇଥିବା ଶ୍ରୀରାଧା ମରା ନଡ଼ିଆ ତେଲ କ୍ଲଷ୍ଟରରୁ ବିଦ୍ୟୁତ ସଂଯୋଗ କାଟି ଦିଆଯିବାରୁ…

ସରିଲା ରାଜନଗର ବାଲିଯାତ୍ରା
ପାଟଣା,୨୦।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ବାଲିଯାତ୍ରା ମହୋତ୍ସବ ଉଦଯାପିତ ହୋଇଛି । ଆୟୋଜିତ ସଭା…

କୁରକୁରେ ଦେବି କହି ଭାଣିଜୀଙ୍କୁ ବଳାତ୍କାର କଲେ ମାମୁ: ଆଇସିୟୁରେ ନିରୀହ ନାବାଳିକା, ଆଉ ମାମୁ….
ବାରଙ୍ଗ,୨୦।୧୧(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଅଞ୍ଚଳରେ ୬ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ୬ ବର୍ଷ ଝିଅକୁ ବଳାତ୍କାର କରାଯାଇଥିବା ନେଇ ବାରଙ୍ଗ…

ଧାନ ମଣ୍ଡି ଖୋଲିଲା ପରେ: ଏମିତି କହିଲେ ଯୋଗାଣ ମନ୍ତ୍ରୀ
ବରଗଡ଼୨୦।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବୁଧବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନ କଳାପାଣି ମଣ୍ଡିରୁ ଖାଦ୍ୟ…