Wednesday, February 19, 2025
Home Home Left ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସଲ ଆରମ୍ଭ

ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସଲ ଆରମ୍ଭ

by
0 comment

ବରଗଡ଼,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ୧୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥିପାଇଁ ସୋମବାରରୁ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ କଳାକାରଙ୍କ ରିହର୍ସଲ (ପୂର୍ବାଭ୍ୟାସ)ର ଶୁଭାରମ୍ଭ ହୋଇଛି।

ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ବର ଶତପଥୀ, କଳାକାର ଉପଦେଷ୍ଟା କମିଟିର କମିଟିର ଅଶୋକ ବେହେରା, ନକୁଳ ବାଦୀ, ଭୁବନ ଭୋଇ, ପ୍ରଶାନ୍ତ ମହାପାତ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ। କଂସ ଅଭିନେତା ଭୁବନେଶ୍ବର ପ୍ରଧାନଙ୍କ ସମେତ ଅନ୍ୟ କଳାକାର ଉପସ୍ଥିତ ରହି ପୂର୍ବାଭ୍ୟାସ ଆରମ୍ଭ କରିଥିଲେ।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od