Sunday, February 23, 2025
Home aswini kumar sarangi ବରଗଡ଼ରୁ ଅଯୋଧ୍ୟା ଗଡ଼ିଲା ବସ୍‌, ଷ୍ଟିଅରିଂ ଧରି ବିଧାୟକ କଲେ ଶୁଭାରମ୍ଭ

ବରଗଡ଼ରୁ ଅଯୋଧ୍ୟା ଗଡ଼ିଲା ବସ୍‌, ଷ୍ଟିଅରିଂ ଧରି ବିଧାୟକ କଲେ ଶୁଭାରମ୍ଭ

by
0 comment

ବରଗଡ଼,୧୦ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରୁ ଅଯୋଧ୍ୟାକୁ ସୋମବାର ସରକାରୀ ବସ୍‌ ସେବା ଆରମ୍ଭ ହୋଇଛି। ଆଜି ସକାଳେ ସ୍ଥାନୀୟ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିଛନ୍ତି। ବରଗଡ଼ରୁ ସକାଳ ୮ଟାରୁ ଏହି ବସ୍‌ ବାହାରି ସମ୍ବଲପୁର, ଝାରସୁଗୁଡ଼ା ସୁନ୍ଦରଗଡ଼, ରାଉରକେଲା, ବୀରମିତ୍ରପୁର, ବାରାଣସୀ, ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ପହଞ୍ଚିବ। ସେହିପରି ଏହି ରୁଟ୍‌ ଦେଇ ଅଯୋଧ୍ୟାରୁ ବରଗଡ଼ ବସ୍‌ ଆସିବ ବୋଲି ସୂଚନା ଦିଆଯାଇଛି। ଆସନ୍ତା ୧୭ ଏବଂ ୨୪ ତାରିଖରେ ମଧ୍ୟ ଏହି ବସ୍‌ ଏଠାରୁ ଛାଡ଼ିବ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od