ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ଦଳର ସମସ୍ତ ସଦସ୍ୟଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଏହାପରେ ସମସ୍ତେ ଆଇଟିସି ମୌର୍ଯ୍ୟ ହୋଟେଲ ଅଭିମୁଖେ ଯାତ୍ରା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ଫେରିବା ପରେ ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ସ୍ବତନ୍ତ୍ର ଅନ୍ଦାଜ ଦେଖିବାକୁ ମିଳିଥିଲା। ବିରାଟ ଦୀର୍ଘଦିନ ପରେ ତାଙ୍କ ଭଉଣୀ ଭାବନା କୋହଲି ଢ଼ିଙ୍ଗରା ଓ ବଡ଼ଭାଇ ବିକାଶ କୋହଲିଙ୍କୁ ଭେଟି ଖୁସି ହୋଇଯାଇଥିଲେ।
ଭାବନା ଓ ବିକାଶ ଭାରତୀୟ ଦଳ ଆଇଟିସି ମୌର୍ଯ୍ୟ ହୋଟେଲରେ ପହଞ୍ଚିବା ପୂର୍ବରୁ ଦୁହେଁ ପହଞ୍ଚି ଯାଇଥିଲେ। ବିରାଟ ବି ବଡ଼ଭାଇ ଓ ଭଉଣୀଙ୍କ ଦୀର୍ଘଦିନ ପରେ ଦେଖି ଖୁସି ହୋଇଯାଇଥିଲେ। ବିରାଟ ଓ ବିକାଶଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଏଥିରେ ବିରାଟ ବଡ଼ଭାଇ ବିକାଶଙ୍କୁ ସମ୍ମାନ ଦେବାକୁ ଯାଇ ବେକରେ ତାଙ୍କର ମେଡାଲ ପକାଇ ଦେଇଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ଫ୍ୟାନ୍ସମାନେ ବିରାଟଙ୍କ ବଡ଼ଭାଇ ପ୍ରତିଭଲପାଇବା ଦେଖି ଖୁସି ହୋଇଯାଇଛନ୍ତି। ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବିରାଟ ତୁମର ଏହି ସ୍ବଭାବ ପାଇଁ କୋଟିକୋଟି ଲୋକଙ୍କ ପାଇଁ ତୁମେ ବାସ୍ତବ ହିରୋ ସାଜିଛ ଓ ସାଜିଥିବ ମଧ୍ୟ।
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏଥର ଟି-୨୦ବିଶ୍ୱକପ ଟାଇଟଲ ଜିତିଛି। ବାରବାଡୋସରେ ଦକ୍ଷିଣ ଆଫ୍ରିକା ସହିତ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା, ଯାହା ଟିମ୍ ଇଣ୍ଡିଆ ୭ ରନରେ ଜିତିଥିଲା ।