Posted inଆମ ଜିଲା ଖବର, ଗଞ୍ଜାମ
ବଜାରରୁ ଆଳୁ ଗାଏବ, ୫ କେଜି ମାଗିଲେ ମିଳୁଛି ୨ କେଜି
ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଗଞ୍ଜାମ ସହରରୁ ଆଳୁ ଗାୟବ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଧର୍ମଘଟ ଯୋଗୁ ବନ୍ଦ ହୋଇଯାଇଛି। ଏହାର ଫାଇଦା ଉଠାଇବାକୁ ଆଳୁ ଗୋଦାମ ମlଲିକ ମାନେ କଳାବଜାର କରିବା ଏବଂ ଦରବୃଦ୍ଧି ହେବା ଲକ୍ଷ୍ୟରେ ବଜାରକୁ ଆଳୁ ଛାଡ଼ିବା ବନ୍ଦ କରିଦେଇଛନ୍ତି। ଯାହା ଫଳରେ ଖୁଚୁରା ବେପାରୀମାନେ ବାଧ୍ୟ ହୋଇ ଗ୍ରାହକ ୫ କେଜି ଆଳୁ ମାଗିଲେ ୨ କେଜି ଆଳୁ ଦେଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଆଳୁ କିଲୋ ପ୍ରତି ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚିନ୍ତାରେ ଖାଉଟି। ଯୋଗାଣ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
Posted inଆମ ଜିଲା ଖବର, ଗଞ୍ଜାମ View All
ଗୋ-ମାଂସ ବୋଝେଇ ଟ୍ରକ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗୀ ଦଳ
ଛତ୍ରପୁର,୨୬ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆର୍ଡିଏ ଛକ ନିକଟରେ ଶୁକ୍ରବାର ସକାଳେ ଏକ ଗୋ-ମାଂସ ବୋଝେଇ ଟ୍ରକ୍ ଜବତ ହୋଇଛି l ଏହା କଟକରୁ…
ଲୋୟର ସୁକତେଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ମଥୁରାରେ କିଣିଥିଲେ ଜମି, ଲକର ଖୋଲିବା ଅଛି ବାକି
ବଲାଙ୍ଗୀର/ ଭୁବନେଶ୍ୱର,୨୬ା୭: ବଲାଙ୍ଗୀର ଲୋୟର ସୁକ୍ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…
ଚିଠିରେ ସୀମିତ, ମଗାଯାଉନି ଡିଗ୍ରୀ ଯାଞ୍ଚ ରିପୋର୍ଟ
ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ନକଲି ଶିକ୍ଷକ ନିଯୁକ୍ତିକୁ ନେଇ ବରଗଡ଼ ଜିଲା ଗତ କିଛିଦିନ ହେଲା ଉଠୁଛି ଓ ପଡ଼ୁଛି। ଜିଲାବ୍ୟାପି ଏହା ପ୍ରମୁଖ ଚର୍ଚ୍ଚାର ବିଷୟ…
ଅବଧି ସରିଲାଣି, ପାଣି ମିଳୁନି
ସୋନପୁର,୨୬।୭(ମୃତ୍ୟୁଞ୍ଜୟ ଶତପଥୀ): ଦେଶର ସମସ୍ତ ପରିବାରକୁ ୨୦୨୪ ସୁଦ୍ଧା ଟ୍ୟାପ୍ ପାଣି ଯୋଗାଇବା ପାଇଁ କେନ୍ଦ୍ର ସରକାର ଜଳଜୀବନ ମିଶନ ପରିକଳ୍ପନା କରିଛନ୍ତି। ଏହି କ୍ରମରେ…
୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ୍
କଟକ,୨୬ା୭ (କାର୍ତ୍ତିକ ସାହୁ):୨୦୨୪ ନିର୍ବାଚନରେ ଅନିୟମିତତା ଅଭିଯୋଗରେ ଦାଏର ମାମଲାର ପୃଥକ ଭାବେ ଶୁଣାଣି କରି ହାଇକୋର୍ଟ ୨ ବିଧାୟକଙ୍କୁ ଗୁରୁବାର ନୋଟିସ୍ ଜାରି କରିଛନ୍ତି।…
ଶହୀଦ ସଚ୍ଚିଦାନନ୍ଦଙ୍କ ସ୍ମୃତିପୀଠ ଅବହେଳିତ
ରାଜକନିକା, ୨୬ା୭ (ସଞ୍ଜୟ କୁମାର ଦାଶ): କାର୍ଗିଲଠାରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୯୯୯ ଜୁଲାଇ ୨୬ରେ ଭାରତର ବିଜୟ ପ୍ରାପ୍ତ ହୋଇଥିଲା। ଏ ନେଇ…
ଗୋଟିଏ ଗୃହରେ ୫ ଶ୍ରେଣୀ
ଡେରାବିଶ,୨୬ା୭ (ବେବର୍ତ୍ତା ଅଜୟ ଦାସ): ତୃଣମୂଳସ୍ତରରୁ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ ପ୍ରଣୟନ କରାଯାଇଛି। ମାତ୍ର ଏବେ ବି ଛାତ୍ରୀଛାତ୍ରଙ୍କ…
ପଶ୍ଚିମବଙ୍ଗରୁ ଆଳୁ ପରିବହନ ବନ୍ଦ:କିଲୋ ପିଛା ଏତିକି ଟଙ୍କା ଛୁଇଁଲା ଆଳୁ ଦର
ଜଳେଶ୍ୱର, ୨୬ା୭(ରବିନାରାୟଣ ପାତ୍ର):ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଆଳୁ ଆବଶ୍ୟକତାକୁ ଲକ୍ଷ୍ୟ କରି ଅନ୍ୟ ରାଜ୍ୟକୁ ପରିବହନ ଉପରେ ଗତ ୬ଦିନ ତଳେ ରୋକ ଲଗାଇଛନ୍ତି।…