Sunday, February 23, 2025
Sunday, February 23, 2025
Home ଅଟୋମୋବାଇଲ ବଜାଜ ଆଣିଲା ୪ ନୂଆ ପଲ୍ସର, ମିଳିବ ଅନେକ ଫିଚର୍ସ

ବଜାଜ ଆଣିଲା ୪ ନୂଆ ପଲ୍ସର, ମିଳିବ ଅନେକ ଫିଚର୍ସ

by
0 comment

ନୂଆଦିଲ୍ଲୀ : ବଜାଜ ନିଜ ଦୁଇଚକିଆ ପୋର୍ଟଫୋଲିଓରେ କିଛି ନୂଆ ଭେରିଏଣ୍ଟ ସାମିଲ କରିଛି । କମ୍ପାନୀ ନିଜ ଲୋକପ୍ରିୟ ପଲ୍ସର ଏନ୧୬୦ର ନୂଆ ଭେରିଏଣ୍ଟ ନେଇଆସିଛି । ଏହା ସହ କମ୍ପାନୀ ପଲ୍ସର ୧୨୫, ୧୫୦ ଏବଂ ୨୨୦ଏଫ୍ କୁ ମଧ୍ୟ ନୂଆ ଏବଂ ପ୍ରିମିୟମ୍ ଫିଚର ସହିତ ଅପଡେଟ୍ କରିଛି । ଏଥିରେ ଏଣିକି ଉତ୍ତମ ବ୍ଲୁଟୁଥ୍ କନେକ୍ଟିଭିଟି ସୁବିଧା ମିଳିବ । ଏଥିରେ ମିଳୁଥିବା ଇନଷ୍ଟ୍ରୁମେଣ୍ଟ କନସୋଲ୍ ଟର୍ଣ୍ଣ ବାଏ ଟର୍ଣ୍ଣ ନେଭିଗେସନକୁ ସପୋର୍ଟ କରିବ ।

ଏନ୍ ୧୬୦ରେ ମଲ୍ଟି ରାଇଡ୍ ମୋଡ୍ ମିଳିଥାଏ । ଏଥିରେ ରେନ୍, ରୋଡ୍, ଅଫ୍-ରୋଡ୍ ସାମିଲ । ଏଥିରେ ୧୬୪.୮୨ ସିସିର ଅଏଲ କୁଲ୍ଡ ଇଞ୍ଜିନ୍ ମିଳିଥାଏ ଯାହା ୮୭୫୦ ଆରପିଏମରେ ୧୧.୭ କେଡବ୍ଲୁ ପର୍ଯ୍ୟନ୍ତ ଆଉଟପୁଟ୍ ପ୍ରଦାନ କରିଥାଏ । ବ୍ରେକିଂ ପାଇଁ ଉଭୟ ଆଗ-ପଛରେ ଡିସ୍କ ବ୍ରେକ୍ ମିଳିଥାଏ । ଏଥିରେ ଏବିଏସ୍ ଷ୍ଟାଣ୍ଡାର୍ଡ ରହିଛି । କମ୍ପାନୀ ଏହାର ଦାମ୍ ୧୩୯,୬୯୩ ଟଙ୍କା ରଖିଛି ।

ପଲ୍ସର ୧୨୫ର କାର୍ବନ ଫାଇବର ସିଙ୍ଗଲ ଏବଂ ସ୍ପିଲ୍ଟ ସିଟ୍ ଭେରିଏଣ୍ଟ ଏବେ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ୍ ବ୍ଲୁଟୁଥ୍  ଇନେବଲ କନସୋଲ୍, ୟୁଏସବି ଚାର୍ଜର ଏବଂ ନୂଆ ଗ୍ରାଫିକ୍ସ ସହିତ ମିଳିବ । ପଲ୍ସର ୧୫୦ରେ ମଧ୍ୟ ଏହିଭଳି ଭେରିଏଣ୍ଟ ବିକଳ୍ପ ଉପଲବ୍ଧ ଅଛି । ପଲ୍ସର ୧୫୦ ସିଙ୍ଗଲ ଡିସ୍କର ଏକ୍ସ ଶୋରୁମ୍ ଦାମ୍ ୧୧୩,୬୯୬ ଟଙ୍କା । ପଲ୍ସର ୨୨୦ଏଫର ଏକ୍ସ ଶୋରୁମ୍ ଦାମ୍ ୧୪୧,୦୨୪ ଟଙ୍କା ରଖିଛି କମ୍ପାନୀ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od