Monday, February 24, 2025
Home ଆମ ଓଡ଼ିଶା ବଉଳପଦାରେ ଗଜଲକ୍ଷ୍ମୀ ପୂଜା

ବଉଳପଦାରେ ଗଜଲକ୍ଷ୍ମୀ ପୂଜା

by
0 comment

ଆଠଗଡ:ଆଠଗଡ ବ୍ଲକର କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ବଉଳପଦାଠାରେ ବହୁ ଉତ୍ସାହ ଉଦ୍ଦୀପନା ମଧ୍ଯରେ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ବଉଳପଦା ଗଜଲକ୍ଷ୍ମ ପୂଜା କମିଟି ଆନୁକୂଲ୍ୟରେ ଦୀର୍ଘ ବର୍ଷ ହେବ ସେଠାରେ ଗଜଲକ୍ଷ୍ମୀ ପୂଜା ଆୟୋଜିତ ହୋଇଆସୁଛି ।

ସୁନ୍ଦର ଆଲୋକ ସାଜସଜ୍ଜାରେ ବଉଳପଦା ଗ୍ରାମ ଝଲସୁଥିବା ବେଳେ ପୂଜା ମଣ୍ଡପରେ ମା’ଙ୍କର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବହୁ ସମାଗମ ଦେଖିବାକୁ ମିଳିଥିଲା । ବୁଧବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତିଦିନ ଅତ୍ୟନ୍ତ ନିଷ୍ଠାର ସହିତ ପାରମ୍ପରିକ ପୂଜାକର୍ମ ଏବଂ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଗ୍ରାମର ମୁରବୀ ରାଜକିଶୋର ପଣ୍ଡା, ସଦାଶିବ ପାଣି, ସୁରେଶ ଚନ୍ଦ୍ର ପଣ୍ଡା, ମହେଶ୍ବର ପଣ୍ଡା, ଡମ୍ବରୁଧର ରାଉତ, ନିରଞ୍ଜନ ପାଣି, ଗୋକୁଳାନନ୍ଦ ପଣ୍ଡାଙ୍କ ସମେତ ଗ୍ରାମର ଯୁବକମାନେ ଏହି ଗଜଲକ୍ଷ୍ମୀ ପୂଜା ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od