Friday, February 14, 2025
Friday, February 14, 2025
Home Home Left ଫିଲ୍ମରେ ସମସ୍ତଙ୍କ ସାମ୍ନାରେ କେମିତି ଶୁଟିଂ ହୁଏ ଅନ୍ତରଙ୍ଗ ଦୃଶ୍ୟ? କିସ୍‌ କରିବାକୁ ଆପଣାଯାଏ ଏମିତି ଟ୍ରିକ୍‌

ଫିଲ୍ମରେ ସମସ୍ତଙ୍କ ସାମ୍ନାରେ କେମିତି ଶୁଟିଂ ହୁଏ ଅନ୍ତରଙ୍ଗ ଦୃଶ୍ୟ? କିସ୍‌ କରିବାକୁ ଆପଣାଯାଏ ଏମିତି ଟ୍ରିକ୍‌

by
0 comment

ପୂର୍ବରୁ ବଲିଉଡ ଫିଲ୍ମରେ ଆଜିକାଲି ପରି ଏତେ ଅନ୍ତରଙ୍ଗ ଦୃଶ୍ୟ ନ ଥିଲା। ଏବେ OTT ପ୍ଲାଟଫର୍ମରେ ଏପରି ଦୃଶ୍ୟ ଅଧିକ ଦେଖାଯାଉଛି। କହିବାକୁ ଏମିତି ସିନ୍‌ ନ ଥିଲେ ଏବେ ଷ୍ଟୋରୀ ବି ଫିକା ବୋଲି କୁହାଯାଉଛି। କିନ୍ତୁ ଏବେକାର ଫିଲ୍ମରେ ଏସବୁ ସାଧାରଣ କଥା ହୋଇଗଲାଣି। ଯେତେବେଳେ ଆପଣ ଏହି ଦୃଶ୍ୟଗୁଡିକ ଦେଖୁଥିବେ, ଚିନ୍ତା କରୁଥିବେ ଯେ ଅଭିନେତ୍ରୀମାନେ କିପରି ଏପରି ଦୃଶ୍ୟ କରିବାକୁ ରାଜି ହୋଇଯାଉଛନ୍ତି।

ଅନ୍ତରଙ୍ଗ ଦୃଶ୍ୟ ଦେଖିବା ପରେ, ପ୍ରାୟତଃ ମନକୁ ଆସେ ଯେ ଏହି ଦୃଶ୍ୟଗୁଡ଼ିକ କିପରି ସୁଟ ହୋଇଥାଏ। ଅଭିନେତ୍ରୀମାନଙ୍କ ପାଇଁ ଏତେ ସଂଖ୍ୟକ ଲୋକଙ୍କ ସାମ୍ନାରେ କିପରି ସୁଟିଂ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହାର ଭିତର ରହସ୍ୟ ଉପରେ।

ଅନ୍ତରଙ୍ଗ ଦୃଶ୍ୟ କରିବା ପୂର୍ବରୁ ନିର୍ମାତାମାନେ ଉଭୟ ଅଭିନେତା ଏବଂ ଅଭିନେତ୍ରୀଙ୍କ ଅନୁମୋଦନ ନେଇଥାନ୍ତି। ଯେତେବେଳେ ସେମାନେ ଏପରି ଦୃଶ୍ୟର ସୁଟିଂ କରିବାରେ ଅସହଜ ମନେ କରନ୍ତି ସେତେବେଳେ ଦୁଇ ତାରକା ମଧ୍ୟରେ ଏକ ଦର୍ପଣ ରଖାଯାଇଥାଏ। ଆପଣ ନିଶ୍ଚିନ୍ତ ଚିନ୍ତା କରୁଥିବେ ଏଠାରେ ଦର୍ପଣର କାମ କ’ଣ? ଉଭୟ ତାରକା ଦର୍ପଣ ଉପରେ ଚୁମ୍ବନ ଦେଇଥାନ୍ତି। ଯାହା ପରେ ଏଡିଟିଂ ହେବା ପରେ ବାସ୍ତବ ଜଣାପଡେ।

ଅନ୍ତରଙ୍ଗ ଦୃଶ୍ୟର ସୁଟିଂ ସମୟରେ ଏୟାର ବ୍ୟାଗ ପ୍ରାୟତଃ ବ୍ୟବହୃତ ହୁଏ। ଯଦି ଅଭିନେତ୍ରୀଙ୍କ ଏକ ଟପଲେସ ଦୃଶ୍ୟ ଅଛି, ତେବେ ତାଙ୍କ ପାଇଁ ଏକ ପୁସଅପ ପ୍ୟାଡ ରହିଥାଏ। ଅଭିନେତ୍ରୀ ଟପଲେସ ଦୃଶ୍ୟରେ ସିଲିକନ ପ୍ୟାଡ ବ୍ୟବହାର କରିଥାନ୍ତି।

ଅନେକ ଥର ନିର୍ମାତା ଅନ୍ତରଙ୍ଗ ଦୃଶ୍ୟ ପାଇଁ କ୍ରୋମା ସଟ ବ୍ୟବହାର କରନ୍ତି। ଏଥିରେ ନୀଳ କିମ୍ବା ସବୁଜ କଭର ସହିତ ଦୃଶ୍ୟ ସୁଟିଂ କରାଯାଏ। ତା’ପରେ ଏଡିଟିଂ ସମୟରେ ଏହାକୁ ଅପସାରଣ କରାଯାଏ। ଯାହା ପରେ ଏହି ଦୃଶ୍ୟ ସଂପୂର୍ଣ୍ଣ ବାସ୍ତବ ମନେହୁଏ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od