ଫାର୍ମ ଜବରଦଖଲ ଉଚ୍ଛେଦ ନେଇ ଅତାବିରା ତହସିଲ ଘେରିଲେ ପରିବାର
ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ୫୩ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର – ବରଗଡ ୱେ ସତୀ ଜୋର୍ ନିକଟ ସର୍ଭିସ୍ ରୋଡକୁ ଲାଗି ରହିଥିବା ସ୍ଥାନରେ ୩୦ ପରିବାର ବାପ ଅଜା ଅମଳରୁ ଦୀର୍ଘ ୭୦ବର୍ଷ ହେବ ବସବାସ କରି କୁଲି ମଜୁରୀ କରି ନିଜର ଗୁଜୁରାଣ ମେଣ୍ଟାଇ ପରିବାର ପୋଷଣ କରିଆସୁଥିଲେ। କିନ୍ତୁ ଏମାନଙ୍କୁ ଥଇଥାନ ନକରି ଜବର୍ ଦଖଲ ଉଚ୍ଛେଦ କରିଥିବା ଯୋଗୁଁ ଆଜି ଅତାବିରା ତହସିଲଦାରଙ୍କୁ ଘେରିଥିଲେ। ତାଙ୍କୁ ଥଇଥାନ ନକରି କିଭଳି ତାଙ୍କୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ଗ୍ରହଣ କେତେ ଠିକ୍ ତାହାର ଜବାବ ମାଗିଛନ୍ତି ଲୋକେ। ସେମାନଙ୍କୁ ଥଇଥାନ ନ କଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତହସିଲ କାର୍ଯ୍ୟାଳୟ ଭିତରେ ପରିବାର ଲୋକେ ରୋଷେଇବାସ କରି ରହିବେ ବୋଲି ଅଡି ରହିଛନ୍ତି।