Monday, February 24, 2025
Home Entertainment ପ୍ରେମିକାଙ୍କ ହାତ ଧରିଲେ ଗାୟକ ଅରମାନ୍‌

ପ୍ରେମିକାଙ୍କ ହାତ ଧରିଲେ ଗାୟକ ଅରମାନ୍‌

by
0 comment

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟକ ଅରମାନ୍‌ ମଲିକ। ସେ ପ୍ରେମିକା ଆଶ୍‌ନା ଶ୍ରଫ୍‌ଙ୍କ ହାତ ଧରିଛନ୍ତି। ଗୁରୁବାର ସକାଳେ ନିଜ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରି ଅରମାନ୍‌ ନିଜ ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି। ବେଶ ଗୋପନୀୟ ଭାବେ କେବଳ ପରିବାରଲୋକ ଏବଂ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି।

साल 2019 से आशना को डेट कर रहे हैं अरमान

ଅରମାନ୍‌ ଶେୟାର କରିଥିବା ଫଟୋରେ କର୍ଲର କୋଅର୍ଡିନେଟେଡ୍‌ ଆଉଟ୍‌ଫିଟରେ ନଜର ଆସୁଛନ୍ତି। ଆଶ୍‌ନା କମଳା ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଅର୍‌ମାନ ପେଷ୍ଟଲ୍‌ ସେଡ୍‌ର ସେରଓ୍ବାନୀ ସୁଟ୍‌ ପିନ୍ଧିଛନ୍ତି।

ସୋସିଆଲ ମିଡିଆରେ ଫଟୋ ଶେୟାର କରି ଅରମାନ୍‌ ଲେଖିଛନ୍ତି ଯେ-‘ତୁ ହି ମେରା ଘର ହୈ’ ଅର୍ଥାତ ତୁ ହିଁ ମୋର ଘର। ଫଟୋଗୁଡ଼ିକ ଏବେ ବେଶ ଭାଇରାଲ ହେଉଥିବା ବେଳେ ସମସ୍ତେ ଶୁଭକାମନା ଜଣାଉଛନ୍ତି।

साल 2023 में की थी अरमान और आशना ने सगाई

ତେବେ ଆଶ୍‌ନାଙ୍କୁ ଅରମାନ୍‌ ୨୦୧୯ରୁ ଡେଟ୍‌ କରୁଥିଲେ। ସେ ଜଣେ ଫ୍ୟାଶନ ଇନ୍‌ଫ୍ଲୁଏନ୍ସର ସହ ବ୍ଲଗର। ଉଭୟ ୨୦୨୩ରେ ନିର୍ବନ୍ଧ କରିଥିଲେ। ସେତେବେଳେ ଗାୟକ ଏହାର ମଧ୍ୟ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଜଣାଇଥିଲେ।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od