Sunday, February 23, 2025
Home Home ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବିଜେଡି-ଭାଜପା ମୁହାଁମୁହିଁ

ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବିଜେଡି-ଭାଜପା ମୁହାଁମୁହିଁ

by
0 comment

ପୁରୀ,୩୦ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରାର୍ଥତ୍ପତ୍ର ଦାଖଲ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାମାଙ୍କନ ଶୋଭାଯାତ୍ରାରେ ଆସିଥିବା ଭାଜପା ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ପରସ୍ପରକୁ ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ଉଭୟ ଦଳର କର୍ମୀମାନେ ଆଣିଥିବା ଫୁଲମାଳ ପରସ୍ପର ଉପରକୁ ଫିଙ୍ଗିଥିଲେ। ‘ନବୀନ-ନବୀନ’ ଓ ‘ମୋଦି-ମୋଦି’ ସ୍ଲୋଗାନରେ କମ୍ପିଥିଲା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର। କିଛି ସମୟ ପାଇଁ ପୋଲିସ ଦେଖଣାହାରୀ ସାଜିଥିବାବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ରଣକ୍ଷେତ୍ର ସଦୃଶ ପ୍ରତୀୟ ମାନ ହୋଇଥିଲା। ତେବେ ସ୍ଥିତି ବିଗିଡ଼ିବା ପୂର୍ବରୁ ପୁରୀ ଏସ୍‌ପି ପିନାକ ମିଶ୍ର ଘଟଣାସ୍ଥଳରେ ଅଧିକ ପୋଲିସ ଫୋର୍ସ ସହ ପହଞ୍ଚି ନିୟନ୍ତ୍ରଣ କରିଥିଲେ। ଉଭୟ ଦଳର କର୍ମୀଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାର କରାଯାଇଥିଲା। ଫଳରେ ପରିବେଶ ଶାନ୍ତ ପଡ଼ିଥିଲା।
ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ ହୋଇଥିବାରୁ ଶୋଭାଯାତ୍ରାରେ ଭାଜପା ଏମ୍‌ପି ପ୍ରାର୍ଥୀ ସମ୍ବିତ ପାତ୍ର ତାଙ୍କ ସମର୍ଥକଙ୍କ ସହ ଆସି ଜିଲାପାଳ ତଥା ରିଟର୍ନିଂ ଅଫିସର ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିକଟରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ଏହି ସମୟରେ ସତ୍ୟବାଦୀ ଆସନ ପାଇଁ ନାମାଙ୍କନ ଦାଖଲ କରିବାକୁ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ରିଟର୍ନିଂ ଅଫିସର ତଥା ଅତିରିକ୍ତ ଜିଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରାଙ୍କ ନିକଟକୁ ଆସିଥିଲେ। ଉଭୟ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରୁଥିବାବେଳେ କର୍ମୀମାନେ ବାହାରେ ଥିଲେ। ଏହି ସମୟରେ ଭାଜପା ନେତ୍ରୀ ଉପାସନା ମହାପାତ୍ର କାର୍ଯ୍ୟାଳୟ ଭିତରକୁ ଯାଇଥିଲେ। ଫଳରେ କେତେଜଣ ଭାଜପା କର୍ମୀ ସଞ୍ଜୟଙ୍କ ସମର୍ଥକଙ୍କୁ ଟାର୍ଗେଟ କରି ଭାଜପା ଭାଜପା ସ୍ଲୋଗାନ ଦେଇଥିଲେ। ଅନୁରୂପ ଭାବେ ବିଜେଡି ସମର୍ଥକମାନେ ମଧ୍ୟ ବିଜେଡି ବିଜେଡି ସ୍ଲୋଗାନ ଦେଇଥିଲେ। ଫଳରେ ଏହା ବିବାଦର ରୂପ ନେଇଥିଲା। କର୍ମୀମାନେ ଧସ୍ତାଧସ୍ତି ହେବା ସହ ଫୁଲମାଳ ପରସ୍ପରକୁ ପିଙ୍ଗିଥିଲେ। ସେହିପରି ଭାଜପା କର୍ମୀ ଜୟ ଶ୍ରୀ ରାମ, ଭାରତ ମାତା କି ଜୟ, ଓଡ଼ିଶାରେ ତାମିଲ ଶାସନ ଚଳିବ ନାହିଁ ଇତ୍ୟାଦି ନାରା ଦେଇଥିଲେ। ସେହିପରି ବିଜେଡି କର୍ମୀମାନେ ଜୟ ଜଗନ୍ନାଥ, ବିଜେଡି ବିଜେଡି ନାରାରେ କମ୍ପାଇଥିଲେ। ଅନେକ ପୋଲିସ କର୍ମଚାରୀ ଘଟଣାସ୍ଥଳକୁ ଆସି ନ ଥିଲେ। ଫଳରେ ପ୍ରଥମରୁ ସ୍ଥିତି ନିୟନ୍ତ୍ରଣ ହୋଇପାରି ନ ଥିଲା। ଏନେଇ ଏସ୍‌ପି ପିନାକ ମିଶ୍ର କହିଛନ୍ତି, ନାମାଙ୍କନ ପତ୍ର ଦାଖଲ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ଓ ସ୍ବତନ୍ତ୍ର ପୋଲିସ ମୁତୟନ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od