Thursday, January 9, 2025
Thursday, January 9, 2025
Home Latest ପ୍ରଶ୍ନପତ୍ର ପାଇଁ ଜଣପିଛା ୩୨ ଲକ୍ଷ ଟଙ୍କା ଆଦାୟ: ୭ ଜଣଙ୍କୁ ଧରିଲା ପାଟନା ପୁଲିସ

ପ୍ରଶ୍ନପତ୍ର ପାଇଁ ଜଣପିଛା ୩୨ ଲକ୍ଷ ଟଙ୍କା ଆଦାୟ: ୭ ଜଣଙ୍କୁ ଧରିଲା ପାଟନା ପୁଲିସ

by
0 comment

ପ୍ରଶ୍ନପତ୍ର ପାଇଁ ଜଣପିଛା ୩୨ ଲକ୍ଷ ଟଙ୍କା ଆଦାୟ: ୭ ଜଣଙ୍କୁ ଧରିଲା ପାଟନା ପୁଲିସ

India TV News

ପାଟନା: ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ପାଟନା ପୁଲିସ ୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି ଅନୁସାରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ପ୍ରଦାନ କରିବା ପାଇଁ ଏକ ଗ୍ୟାଙ୍ଗ ଦ୍ୱାରା ଜଣପିଛା ୩୨ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା। ନିଟ୍-ୟୁଜି ପରୀକ୍ଷା ମେ ୫ରେ ଅନୁଷ୍ଠିତ ହୋଇଥିଲା ଏବଂ ଜୁନ୍ ୪ରେ ଫଳ ପ୍ରକାଶ ପାଇଥିଲା। ପାଟନାରେ ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତା ଅଭିଯୋଗକୁ ନେଇ ମେଡିକାଲ ପ୍ରବେଶିକା ପରୀକ୍ଷା ବିବାଦଘେରରେ ରହିଛି। ନିଟ୍, ବିପିଏସ୍‌ସି ଓ ୟୁପିଏସ୍‌ସି ଭଳି ସମ୍ମାନଜନକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କରୁଥିବା ଏକ ଗ୍ୟାଙ୍ଗର ଦୁଇ ଅଭିଯୁକ୍ତ ନୀତୀଶ କୁମାର ଓ ଅମିତ ଆନନ୍ଦ ଏହି କାରନାମାରେ ସାମିଲ ଥିଲେ। ନୀତୀଶ ଓ ଆନନ୍ଦ ସେମାନଙ୍କ ସ୍ୱୀକାରପତ୍ରରେ ଲେଖିଛନ୍ତି ଯେ ବିହାରର ଦାନାପୁର ଟାଉନ୍ କାଉନସିଲରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ସିକନ୍ଦର ପ୍ରସାଦ ଯାଦବେନ୍ଦୁ ନାମକ ଜଣେ ବ୍ୟକ୍ତି ସେମାନଙ୍କ ସହ ଯୋଗାଯୋଗ କରିଥିଲେ। ଯାଦବେନ୍ଦୁ ତାଙ୍କ ପୁତୁରାଙ୍କ ସମେତ ୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ନିଟ୍-ୟୁଜି ପ୍ରଶ୍ନପତ୍ର ଦେବାକୁ କହିଥିଲେ। ନୀତୀଶ ଓ ଆନନ୍ଦ ପ୍ରଶ୍ନପତ୍ର ପାଇଁ ଯାଦବେନ୍ଦୁଙ୍କଠାରୁ ୩୨ ଲକ୍ଷ ଟଙ୍କା ନେଇଥିଲେ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ମେ ୪ ତାରିଖରେ ୪ ଜଣ ପରୀକ୍ଷାର୍ଥୀଙ୍କୁ ଏକ ଗେଷ୍ଟ ହାଉସକୁ ଡକାଯାଇଥିଲା, ଯେଉଁଠାରେ ନୀତୀଶ ଓ ଆନନ୍ଦ ସେମାନଙ୍କୁ ପ୍ରଶ୍ନପତ୍ର ଦେବା ସହ ତା’ର ସମାଧାନରେ ବି ସାହାଯ୍ୟ କରିଥିଲେ। ପରୀକ୍ଷାର୍ଥୀମାନେ ପୁଲିସକୁ ଦେଇଥିବା ସ୍ୱୀକାରପତ୍ରରେ ସ୍ୱୀକାର କରିଛନ୍ତି ଯେ ମେ ୫ ତାରିଖରେ ପ୍ରକୃତ ପରୀକ୍ଷାରେ ସମାନ ପ୍ରଶ୍ନ ଆସିଥିଲା। ଯାଦବେନ୍ଦୁଙ୍କ ପୁତୁରା ଅନୁରାଗ ଯାଦବ ରାଜସ୍ଥାନର କୋଟାରେ ନିଟ୍-ୟୁଜି ପାଇଁ ପ୍ରସ୍ତୁତି କରୁଥିଲେ। ନିଜ ସ୍ୱୀକାର ପତ୍ରରେ ସେ ପୁଲିସକୁ କହିଛନ୍ତି ଯେ ତାଙ୍କ ମାମୁ ତାଙ୍କୁ ଫୋନ୍ କରି ପ୍ରଶ୍ନପତ୍ର ପାଇଛନ୍ତି ବୋଲି କହିଥିଲେ। ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ମାମୁ ତାଙ୍କୁ ଅମିତ ଆନନ୍ଦ ଓ ନୀତୀଶ କୁମାରଙ୍କ ସହ ପରିଚିତ କରାଇଥିଲେ, ଯେଉଁମାନେ ତାଙ୍କୁ ପ୍ରଶ୍ନପତ୍ର ଓ ସମାଧାନପତ୍ର ପ୍ରଦାନ କରିଥିଲେ। ସେମାନେ ତାଙ୍କୁ ରାତାରାତି ପ୍ରଶ୍ନପତ୍ର ସମାଧାନ କରିବାରେ ସାହାଯ୍ୟ କରିଥିଲେ।
ଅନ୍ୟ ଜଣେ ଛାତ୍ର ଶିବନନ୍ଦନ କୁମାରଙ୍କର ମଧ୍ୟ ଯାଦବେନ୍ଦୁଙ୍କ ସହ ପାରିବାରିକ ସମ୍ପର୍କ ରହିଛି। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଯାଦବେନ୍ଦୁ ‘କାକା’ ତାଙ୍କୁ ମେ ୪ ତାରିଖରେ ଏକ ଘରକୁ ଆସିବାକୁ କହିଥିଲେ ଯେଉଁଠାରେ ନୀତୀଶ ଏବଂ ଅମିତ ତାଙ୍କୁ ଲିକ୍ ପ୍ରଶ୍ନପତ୍ର ଦେଇ ସମାଧାନ କରିବାରେ ସାହାଯ୍ୟ କରିଥିଲେ। ଅନ୍ୟ ଜଣେ ପ୍ରାର୍ଥୀ ଅଭିଷେକ କୁମାରଙ୍କ ପିତା ଅବଧେଶ କୁମାରଙ୍କ ସ୍ୱୀକାରପତ୍ରରେ ଦର୍ଶାଯାଇଛି ଯେ ପ୍ରଶ୍ନପତ୍ର ପାଇଁ ସେ ଯାଦବେନ୍ଦୁଙ୍କୁ ୪୦ ଲକ୍ଷ ଟଙ୍କା ଦେଇଥିଲେ। ଅନ୍ୟଜଣେ ପ୍ରାର୍ଥୀ ଆୟୁଷ ରାଜଙ୍କ ବାପା ଅଖିଳେଶ କୁମାର ଯାଦବେନ୍ଦୁଙ୍କୁ ୪୦ ଲକ୍ଷ ଟଙ୍କା ଦେଇଥିବା ସ୍ୱୀକାର କରିଛନ୍ତି। ସିକନ୍ଦର ପ୍ରସାଦ ଯାଦବେନ୍ଦୁ ତାଙ୍କ ସ୍ୱୀକାରପତ୍ରରେ ଦାବି କରିଛନ୍ତି ଯେ ସେ ୪ ଜଣ ନିଟ୍ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଅଭିଭାବକଙ୍କୁ ପାଟନାରେ ରହିବାରେ ସାହାଯ୍ୟ କରିଥିଲେ। ତେବେ ଦୁଇ ମୁଖ୍ୟ ଅଭିଯୁକ୍ତ ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ଲଗାତାର ସଂପର୍କରେ ଥିବା ଏବଂ ପ୍ରଶ୍ନପତ୍ର ପହଞ୍ଚାଯାଇଥିବା ବଙ୍ଗଳାରେ ଅଭିଯୁକ୍ତ ଛାତ୍ରମାନଙ୍କ ପାଇଁ ରୁମ୍‌ ବୁକ୍‌ କରିବାକୁ କହିଥିବାରୁ ଏହାର ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od