Friday, February 14, 2025
Friday, February 14, 2025
Home Latest ପ୍ରଭୁ ହନୁମାନଙ୍କ ବେଶ ଧାରଣ କରି ନାଚିଲେ ଅଭିନବ ଆରୋରା, ଭାଇରାଲ ହେଲା ଭିଡ଼ିଓ

ପ୍ରଭୁ ହନୁମାନଙ୍କ ବେଶ ଧାରଣ କରି ନାଚିଲେ ଅଭିନବ ଆରୋରା, ଭାଇରାଲ ହେଲା ଭିଡ଼ିଓ

by
0 comment

ମୁମ୍ବାଇ: ଶିଶୁ ପ୍ରବଚକ ଭାବରେ ଜଣାଶୁଣା ୧୦ବର୍ଷିୟ ସୋସିଆଲ ମିଡିଆ ଇନଫ୍ଲୁଏନସର ଅଭିନବ ଆରୋରା ପୁଣି ଥରେ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଭୁ ହନୁମାନଙ୍କ ବେଶରେ ସେ ନାଚିଥିବା ନାଚର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ‘ଏକ୍ସ’ରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ୧୦ ବର୍ଷର ଅଭିନବ ଏକ ଭଜନ ଗାଇ ନାଚୁଥିବା ଦେଖାଯାଇଛି। ଭିଡିଓରେ ସେ ପ୍ରଭୁ ହନୁମାନଙ୍କ ପରି ପୋଷାକ, ଫୁଲମାଳ ଓ ମୁକୁଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ହନୁମାନଙ୍କର ଅବତାରକୁ ଅନୁକରଣ କରିବା ପାଇଁ ସେ ସେଭଳି ମେକଅପ ନେବା ସହ ହାତରେ ଏକ ଗଦା ଧରିଥିବା ଦେଖାଯାଇଛି |

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡ଼ିଓକୁ ନାପସନ୍ଦ କରିଛନ୍ତି। ରୋଜଗାର ଓ ଚର୍ଚ୍ଚାରେ ରହିବା ପାଇଁ ଏଭଳି କରୁଥିବା ଦାବି କରି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଅଭିନବଙ୍କ ମାତାପିତାଙ୍କୁ ସମାଲୋଚନା କରିଛନ୍ତି। ଏହା ସହ ଅଭିନବଙ୍କ ଶିକ୍ଷା ଉପରେ ଧ୍ୟାନ ନଦେଇ ତାଙ୍କୁ ଏସବୁ କରିବାକୁ କହୁଥିବାରୁ ଲୋକେ ତାଙ୍କୁ ସମାଲୋଚନା କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଭିଡିଓରେ ଦେଖାଯାଉଥିବା ଛାଇରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ରେକର୍ଡିଂ କରୁଥିବା କ୍ୟାମେରାମ୍ୟାନ ତାଙ୍କୁ କିପରି ନାଚିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । 

ଦେଖିବାକୁ ଗଲେ ଅଭିନବଙ୍କର ଇନଷ୍ଟାଗ୍ରାମରେ ପ୍ରାୟ ୯ ଲକ୍ଷ ୫ହଜାର ଫୋଲୟର୍ସ ଅଛନ୍ତି। ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ଫେସବୁକ୍ ପେଜ୍ ମଧ୍ୟ ଅଛି ଯେଉଁଠାରେ ସେ ଆଧ୍ୟାତ୍ମିକ ବିଷୟବସ୍ତୁ ଉପରେ ପ୍ରବଚନ ଦେଇଥାନ୍ତି। କିଛି ମାସ ତଳେ ଅଭିନବ ଏବଂ ତାଙ୍କ ପରିବାର ଚର୍ଚ୍ଚାକୁ ଆସିଥିଲେ | ତାଙ୍କ ପରିବାର ଦାବି କରିଥିଲା ଯେ ସେମାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଉଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od