Sunday, February 23, 2025
Home ଆମ ଓଡ଼ିଶା ପ୍ରଥମ ଓଡ଼ିଶା ତରଫରୁ ଘଟଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ 

ପ୍ରଥମ ଓଡ଼ିଶା ତରଫରୁ ଘଟଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ 

by
0 comment

ପାଟଣା : ଘଟଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ପ୍ରଥମ ଓଡ଼ିଶା ପକ୍ଷରୁ ଶିଶୁ ଦିବସ ପାଳନ କରାଯାଇଛି। ପ୍ରଥମ ଓଡ଼ିଶା ତରଫରୁ ଘଟଗାଁ ବ୍ଲକର ବାଲିଯୋଡ଼ି, ବାଇଗଣପାଳ, ସାନମସିଣାବିଲା ଓ ତରା ଗ୍ରାମରେ ପିଲା ଓ ମାଆ ମାନଙ୍କୁ ନେଇ ପବିତ୍ର ଶିଶୁ ଦିବସ ପାଳନ କରାଯାଇଥିଲା। ପିଲାମାନେ ପ୍ରଥମେ ନେହେରୁଙ୍କ ଫଟୋକୁ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପିଲା ଓ ମା’ମାନେ ନିଜ ନିଜର ଭାଷଣ ରଖିଥିଲେ । ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା , ପ୍ରତିଯୋଗିତାରେ ବିଜେତା ପିଲା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମ ଓଡିଶାର ଏହିଭଳି ନିଆରା ଶିଶୁ ଦିବସ ପାଳନକୁ ବୁଦ୍ଧିଜୀବି ମହଲରେ ବହୁତ ଚର୍ଚ୍ଚା କରାଯାଉଛି । ଏହି ଦିବସଟିକୁ ପ୍ରଥମ ଓଡ଼ିଶାର ଜିଲା ସଂଯୋଜକ କୃଷ୍ଣଚନ୍ଦ୍ର ନାୟକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ସହିତ ଅନ୍ୟ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od