Wednesday, February 19, 2025
Home ଦେଶ- ବିଦେଶ ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ଆଣିଛନ୍ତି ସରକାର – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ଆଣିଛନ୍ତି ସରକାର – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

by
0 comment

ଡେସ୍କ: ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ସଶସ୍ତ୍ର ବାହିନୀକୁ ସମ୍ବୋଧିତ କରି ଶ୍ରୀ ସିଂହ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ସ୍ୱଦେଶୀ କମ୍ପାନିମାନଙ୍କଠାରୁ ୬ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ କିଣାଯାଇଛି। ଏହି ସମୟ ମଧ୍ୟରେ ଦେଶର ପ୍ରତିରକ୍ଷା ଉତ୍ପାଦନ ଦ୍ୱିଗୁଣିତ ହୋଇଛି ବୋଲି ସେ କହିଛନ୍ତି। ଘରୋଇ ପ୍ରତିରକ୍ଷା ଉତ୍ପାଦନ ୧.୨୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ଶ୍ରୀ ସିଂହ କହିଥିଲେ ଯେ ଏକ ସମୟ ଥିଲା ଯେତେବେଳେ ଭାରତ ଏକ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଦେଶ ଭାବରେ ପରିଚିତ ଥିଲା କିନ୍ତୁ ବର୍ତ୍ତମାନ ଏହା ଏହାଠାରୁ ଆଗକୁ ଯାଇ ରପ୍ତାନିକାରୀ ଭାବରେ ନିଜର ପରିଚୟ ସୃଷ୍ଟି କରୁଛି। ୨୦୨୩-୨୪ରେ ଦେଶର ପ୍ରତିରକ୍ଷା ରପ୍ତାନି ୨୧ ହଜାର କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି। ଚଳିତ ବର୍ଷର କେନ୍ଦ୍ର ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬.୨୨ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା କି ସମସ୍ତ ମନ୍ତ୍ରଣାଳୟ ମଧ୍ୟରେ ସର୍ବାଧିକ। ପ୍ରତିରକ୍ଷା କ୍ଷେତ୍ରରେ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଇନୋଭେସନ୍ ଫର୍ ଡିଫେନ୍ସ ଏକ୍ସଲେନ୍ସ ପାଇଁ ବଜେଟ୍ ଆବଣ୍ଟନକୁ ମଧ୍ୟ ଗତବର୍ଷ ୧୧୫ କୋଟି ଟଙ୍କାରୁ ୫୧୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସଶସ୍ତ୍ର ବାହିନୀ ପାଇଁ ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ, ଲଢୁଆ ବିମାନ, ହେଲିକପ୍ଟର ଏବଂ କ୍ଷେପଣାସ୍ତ୍ର ପ୍ରଣାଳୀ ନିର୍ମାଣ କ୍ଷେତ୍ରରେ ଦେଶ କ୍ରମାଗତ ଭାବେ ଆତ୍ମନିର୍ଭରଶୀଳତା ଦିଗରେ ଅଗ୍ରସର ହେଉଛି ବୋଲି ସେ କହିଥିଲେ।

ସଶସ୍ତ୍ର ବାହିନୀରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ସିଂହ କହିଥିଲେ ଯେ ଅଗ୍ନିପଥ ଯୋଜନା ଦେଶର ଶକ୍ତି ବୃଦ୍ଧି କରିବ। ଅଗ୍ନିପଥ ଯୋଜନାକୁ ସମଗ୍ର ଦେଶରୁ ସମର୍ଥନ ମିଳୁଛି। ଦେଶର ଯୁବପିଢ଼ି ଖୁବ୍ ଉତ୍ସାହର ସହ ଦେଶର ପ୍ରତିରକ୍ଷା ବାହିନୀରେ ଯୋଗ ଦେଉଛନ୍ତି। ଅଗ୍ନିପଥ ଯୋଜନାର ପ୍ରଥମ ଦୁଇ ବ୍ୟାଚରେ ୪୦ ହଜାର ଅଗ୍ନିବୀର ତାଲିମ ଶେଷ କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od