Sunday, February 23, 2025
Sunday, February 23, 2025
Home ମାଲକାନଗିରି ‌ପୋଲାଭରମ୍‌ ପ୍ରକଳ୍ପ: ମୋଟୁରୁ ଦିଲ୍ଲୀ ଯାଏଁ ବିଜେଡି କରିବ ଆନ୍ଦୋଳନ

‌ପୋଲାଭରମ୍‌ ପ୍ରକଳ୍ପ: ମୋଟୁରୁ ଦିଲ୍ଲୀ ଯାଏଁ ବିଜେଡି କରିବ ଆନ୍ଦୋଳନ

by
0 comment

ଭୁବନେଶ୍ବର:  ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ‌ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳର କିଛି ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷତିକୁ ବିରୋଧ କରି ବିଜେଡି ଏକ ବିଶାଳ ଆନ୍ଦୋଳନ ପାଇଁ ସଜବାଜ ହେଉଛି। ଆନ୍ଦୋଳନ ପାଇଁ କସରତ ଆରମ୍ଭ କରିଦେଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ଜାନୁଆରିରୁ ପୋଲାଭରମ ବିରୋଧୀ ଆନ୍ଦୋଳନ ଜୋରଦାର ହେବ। ମୋଟୁରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ହେବ ଆନ୍ଦୋଳନ ଜାରି ରହିବ।

ଏହି ଖବର ପଢ଼ନ୍ତୁ: ବିଜେଡି ପୋଲାଭରମ୍‌ ଟିମ୍‌ର ସାମ୍ବାଦିକ ସମ୍ମିଳନୀ

ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ବି ଲଢ଼ିବି। ତୁମେ ବି ଶେଷ ଯାଏଁ ଲଢ଼। କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଛି। ମାଲକାନଗିରି ବାସିନ୍ଦା ମତାମତକୁ ଅପେକ୍ଷା କରାଯାଇଛି।

ଏହି ଖବର ପଢ଼ନ୍ତୁ: ପୋଲାଭରମ୍‌ ହେଲେ ଓଡ଼ିଶାର ବୁଡ଼ିବ ୬୪୮.୦୫ ହେକ୍ଟର

ବିଜେଡି କହିଛି ଆଗାମୀ ଦିନରେ ଆନ୍ଦୋଳନର ରୂପରେଖ ସ୍ଥିର ହେବ। ଜୁଲାଇ ଓ ଅଗଷ୍ଟରେ ବିଜେଡି ଟିମ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ନବୀନ ପଟ୍ଟନାୟକଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେଇଥିଲେ। ତାଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଏଁ ବିଜେଡିର ୭ ଜାଣିଆ ଟିମ ଓ ୭ ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, କେନ୍ଦ୍ରୀୟ ଜଳ କମିସନ, ଆଦିବାସୀ ବ୍ୟାପାର ବିଭାଗ ଆଦିବାସୀ କମିସନଙ୍କୁ ଭେଟିଥିଲା। ଆଜି ସେ ସମ୍ପର୍କରେ ନବୀନଙ୍କୁ ଅବଗତ କରାଯାଇଛି। ଜାନୁଆରିରୁ ହେବାକୁ ଥିବା ଆନ୍ଦୋଳନ ସବୁ ବର୍ଗଙ୍କୁ ନେଇ ହେବ। ଏହା ଓଡ଼ିଶାବାସୀ ଓ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ବୋଲି ବିଜେଡି କହିଛି। 

ଏହି ଖବର ପଢ଼ନ୍ତୁ: ପ୍ରଭାବିତ ହେବେ ୫୦ ଲକ୍ଷ ଲୋକ

ସୂଚନାଯୋଗ୍ୟ, ବହୁମୁଖୀ ଜଳସେଚନ ପ୍ରକଳ୍ପ ‘ପୋଲାଭରମ ପ୍ରକଳ୍ପ’ ଇଲୁରୁ ଓ ପୂର୍ବ ଗୋଦାବରୀ ଜିଲ୍ଲାର ‌ଗୋଦାବରୀ ନଦୀରେ ନିର୍ମାଣାଧୀନ ରହିଛି। ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଏହି ପ୍ରକଳ୍ପ ପାଇଁ ୧୯୪୧ ମସିହାରେ ଚିନ୍ତା କରାଯାଇଥିଲା। ସେହି ସମୟରେ ଜଳସେଚନ ପ୍ରକଳ୍ପର ମୁଖ୍ୟ ଇଞ୍ଜିନିୟର ଥିଲେ ଦିୱାନ ବାହାଦୂର ଏଲ୍‌ ଭେଙ୍କଟେସନ୍‌ ଆୟର। ୧୯୮୦ ମସିହାରେ ଆନ୍ଧ୍ରପ୍ରଦେଶର ତତ୍‌କାଳନୀ ମୁଖ୍ୟମନ୍ତ୍ରୀ ତଙ୍ଗୁଟୁରୀ ଅଞ୍ଜଇହା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୦୪ ମସିହାରେ ଏହି ପ୍ରକଳ୍ପ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ରାଜଶେଖର ରେଡ୍ଡୀ ଭୂମିପୂଜନ କରିଥିଲେ। ଏହି ପ୍ରକଳ୍ପ ପାଇଁ ସେହି ସମୟରେ ୮୨୬୧ କୋଟି ଟଙ୍କା ବଜେଟ୍‌ ରଖାଯାଇଥିଲା। ଏହି ପ୍ରକଳ୍ପର ବାମ ଓ ଡାହାଣ କେନାଲ ପାଇଁ ଯଥାକ୍ରମେ ୧୩୨୦ କୋଟି  ୧୩୫୩ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ପୋଲାଭରମ ପ୍ରକଳ୍ପରୁ ଆନ୍ଧ୍ରପ୍ରଦେଶବାସୀ ଉପକୃତ ହେବେ। କିନ୍ତୁ ମାଲକାନଗିରି ଜିଲ୍ଲା କାଳିମୋଳ ବ୍ଲକର ମୋଟୁ ତହସିଲ ଅଞ୍ଚଳର ୯ଟି ପଞ୍ଚାୟତର ଅଧିବାସୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ସେହିପରି ଛତିଶଗଡ଼ର ସୁକମା ଜିଲ୍ଲାର କିଛି ଅଂଶ ମଧ୍ୟ ବୁଡ଼ିଯିବାର ଆଶଙ୍କା ରହୁଛି। 

ଏହି ଖବର ପଢ଼ନ୍ତୁ: ଜେଲ୍ ଗଲେ ରସିକିଆ ରେଳବାଇ ଗ୍ୟାଙ୍ଗମ୍ୟାନ୍

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od