Sunday, February 23, 2025
Home ଦେଶ- ବିଦେଶ ପୃଥିବୀର ସବୁଠାରୁ ପୁରାତନ ନକ୍ସା!

ପୃଥିବୀର ସବୁଠାରୁ ପୁରାତନ ନକ୍ସା!

by
0 comment

ଲଣ୍ଡନ: ବ୍ରିଟିଶ ମ୍ୟୁଜିୟମରେ ବିଶ୍ବର ବହୁ ପ୍ରାଚୀନ ସଭ୍ୟତାର ଅବଶେଷ ସହ ବିଭିନ୍ନ କଳାକୃତି ରହିଛି। ଏସବୁ ଦୁର୍ଭଲ ପଦାର୍ଥ ମଧ୍ୟରେ ପୃଥିବୀର ସବୁଠାରୁ ପୁରାତନ ନକ୍ସା ରହିଥିବା ଦାବି କରାଯାଉଛି। ବ୍ରିଟିଶ ମ୍ୟୁଜିୟମର କ୍ୟୁରେଟର୍‌ ଇରୱିଙ୍ଗ ଫିକେଲ୍‌ଙ୍କର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଏହି ଭିଡିଓରେ ଇରୱିଙ୍ଗ ଏହି ନକ୍ସା ବିଷୟରେ ସୂଚନା ଦେଇଛନ୍ତି।

ତାଙ୍କ କହିବାନୁଯାୟୀ ଏହି ନକ୍ସାକୁ ବିଶ୍ବର ବେବିଲୋନିୟନ୍ ମାନଚିତ୍ର ବୋଲି କୁହାଯାଏ। ପ୍ରାୟ ୨୯୦୦ ବର୍ଷ ପୂର୍ବେ ମେସୋପୋଟିମିଆ ମାଟିରେ ଏହାକୁ ନିର୍ମାଣ କରାଯାଇଥିଲା। ଏହି ନକ୍ସାରେ ଚିତ୍ର ସହ ଲେଖା ମଧ୍ୟ ରହିଛି। ନକ୍ସାରେ କ’ଣ ସବୁ ଲେଖାଯାଇଛି ସେ ସମ୍ପର୍କରେ ଇରୱିଙ୍ଗ ଭିଡିଓରେ ସୂଚନା ଦେଇଛନ୍ତି। ଏହି ଭିଡିଓଟି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ତାହାକୁ ଲକ୍ଷାଧିକ ବ୍ୟକ୍ତି ଦେଖି ସାରିଛନ୍ତି। ଏଭଳି ବିରଳ ନକ୍ସାକୁ ଦେଖିବା ବାସ୍ତବିକ ଏକ ଅଲଗା ଅନୁଭୂତି ବୋଲି ବହୁ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od