Wednesday, February 19, 2025
Home Home ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା: ୨ ଗଲେ ଜେଲ୍‌

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା: ୨ ଗଲେ ଜେଲ୍‌

by
0 comment

ଦିଗପହଣ୍ଡି,୧୮ା୧୨(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ ନରେନ୍ଦ୍ରପୁର ଛତ୍ରମନ୍ଦିର ଗ୍ରାମର ଏନ୍‌.ହନୁ ରେଡ୍ଡୀ ଓରଫ ଏନ. ସନ୍ତୋଷ ରେଡ୍ଡୀ ଏବଂ ପି. ଚକରା ରେଡ୍ଡୀଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି। କେସ୍‌ ନଂ.୪୯୪/୨୪ ଏବଂ ୪୯୫/୨୪ ପୃଥକ୍‌ ମାମଲାରେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ପ୍ରାୟ ୨ ମାସ ପୂର୍ବେ ଗାଁ ମଣ୍ଡପରେ ତାସ ଖେଳ ଚାଲିଥିବା ବେଳେ ସନ୍ତୋଷ ଏବଂ ଚକ୍ରପାଣିଙ୍କ ମଧ୍ୟରେ ବଚସା ପରେ ଧସ୍ତାଧସ୍ତି ହୋଇଥିଲା। ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ ଟାରେ ସନ୍ତୋଷ ଘରେ ନ ଥିବା ବେଳେ ଚକରାଙ୍କ ପୁଅ ପି.ପୂର୍ଣ୍ଣ ରେଡ୍ଡୀ ତାଙ୍କ ଘର ସମ୍ମୁଖରେ ଆପତ୍ତିଜନକ ଭାଷାରେ ଗାଳି କରୁଥିଲେ। ସନ୍ତୋଷ ଘରକୁ ଫେରିବା ପରେ ସ୍ତ୍ରୀ ବୁଲି ରେଡ୍ଡୀ ଚକରାଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀ ଅରାଲୁ ରେଡ୍ଡୀ ଏବଂ ଝିଅ ବୁଦ୍ଧେଶ୍ୱରୀ ରେଡ୍ଡୀଙ୍କୁ ଜଣାଇବା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସନ୍ତୋଷ ସନ୍ଧ୍ୟା ୫ଟାରେ ସେଠାରେ ପହଞ୍ଚି ଅରାଲୁଙ୍କ ସ୍ବାମୀ ଚକରାଙ୍କ ମୁଣ୍ଡକୁ ଠେଙ୍ଗାରେ ମାଡ଼ ମାରିଥିଲେ। ଚକରା ମଧ୍ୟ ଏକ ଠେଙ୍ଗାରେ ସନ୍ତୋଷଙ୍କ ମୁଣ୍ଡକୁ ପ୍ରହାର କରିବାରୁ ସେ ଆହତ ହୋଇଥିଲେ। ଉଭୟଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟପକ୍ଷ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତମାନଙ୍କ ନାଁରେ ମୋକଦ୍ଦମା ରୁଜୁକରି ତଦନ୍ତ ଚଳାଇଥିଲେ। ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ମନୋଜ କୁମାର ସିଂ ଏବଂ ଅଜୟ କୁମାର ନାୟକ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଆକ୍ରମଣ ପ୍ରତି ଆକ୍ରମଣ ଘଟଣାରେ ବ୍ୟବହୃତ ୨ଟି ବାଉଁଶ ଠେଙ୍ଗାକୁ ଜବତ କରାଯାଇଛି।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od