ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡ଼ ନିକଟ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୮ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତିା ଗତ ୧୨ ତାରିଖରୁ ନାରାୟଣପୁର ଜିଲା ଅବୁଝମାଡ଼ ଅଞ୍ଚଳର କୁତୁଲ, ଫରସବେଡ଼ା, କୋଡତାମେଟା ଗ୍ରାମ ନିକଟ ଜଙ୍ଗଲରେ ଏସ୍ଟିଏଫ୍, ଡିଆର୍ଜି, ଆଇଟିବିପି ଯବାନମାନେ ମାଓ ବିରୋଧୀ ଅଭିଯାନ ଜାରି ରଖିଥିଲେ। ଏଥିରେ ନାରାୟଣପୁର କୋଣ୍ଡାଗଁାଓ, କାଙ୍କେର, ଦାନ୍ତେୱାଡା ଜିଲାର ଡିଆର୍ଜି, ସ୍ୱତନ୍ତ୍ର ସୁରକ୍ଷା ବଳ, ଆଇଟିବିପିର ଯବାନ ସାମିଲ ଥିଲୋ ଶନିବାର ସକାଳୁ ସୁରକ୍ଷା ବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ସେହି ସମୟରେ ଆଠ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିସହ ଦୁଇ ଯବାନ ଆହତ ହୋଇଥିବା ଜଣାପଡ଼ିଛିା ଆହତ ଯବାନମାନଙ୍କ ଚିକିତ୍ସା ଜାରି ରହିଛି। ସେହି ଅଞ୍ଚଳରୁ ଯବାନମାନେ ତଲାସୀ ଅଭିଯାନ ସାରି ଫେରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ନାରାୟଣପୁର ଜିଲା ପୁଲିସ ସୂତ୍ରରୁ ଜଣାପଡ଼ିଛି।
ପୁଲିସ୍-ମାଓବାଦୀ ଗୁଳି ବିନିମୟ: ୮ ମାଓବାଦୀ ନିପାତ, ଯବାନ ସହିଦ
151
previous post