ଫୁଲବାଣୀ : ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ‘ସମାଜ’ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଫୁଲବାଣୀ ରକ୍ତଭଣ୍ଡାରରେ ଅୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିଥି ଭାବେ ଫୁଲବାଣୀ ବନାଞ୍ଚଳ ଅଧିକାରୀ ରେଞ୍ଜର ଶିବାନନ୍ଦ ଲେଙ୍କା, କନ୍ଧମାଳ ଜିଲ୍ଲା ସାଂସ୍କୃତିକ ଅଧିକାରୀ ଅକ୍ଷୟ କୁମାର ସେଠୀ, ଫୁଲବାଣୀ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ, ଫୁଲବାଣୀ ରକ୍ତଦାନ ସମିତିର ସହ ସମ୍ପାଦକ ତଥା ବରିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା, ଜିଲ୍ଳା ପ୍ରେସ କ୍ଳବର ସମ୍ପାଦକ ବିରେନ୍ଦ୍ର କୁମାର ସୁବୁଦ୍ଧି, ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁ, ସ୍ବାତୀ ସ୍ବେଛାସେବୀ ଅନୁଷ୍ଠାନର ପ୍ରଦୀପ କୁମାର ସ୍ୱାଇଁ, ମିତ୍ରା ଫାଉଣ୍ଡେସନର ଫାଉଣ୍ଡର ଦେବାଶିଷ ସାହାଣୀ, ରକ୍ତଦାତା ମନୋଜ କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ।
ଶିବିରରେ ଫୁଲବାଣୀ ରକ୍ତଭଣ୍ଡାର ଦାୟିତ୍ଵରେ ଥିବା ଡା.ସୂନୀଲ ବେହେରାଙ୍କ ତତ୍ୱାବଧାନରେ କର୍ମଚାରୀ ପ୍ରଶାନ୍ତ କୁମାର ରତ୍ନାଲୁ, ସୂଜିତ କୁମାର ସାହୁ, ଅର୍ଚ୍ଚନା ପ୍ରଧାନ ଓ ସଞ୍ଜୁକ୍ତା ଦଳଛତ୍ର ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ଶିବିରରେ ଟିମ୍ ହ୍ୟୁମାନିଟି କନ୍ଧମାଳ ଓ ମିତ୍ରା ଫାଉଣ୍ଡେସନର ସଦସ୍ୟ ସଦସ୍ୟା ମାନେ ରକ୍ତଦାନ କରିବା ସହିତ ସହାୟତା କରିଥିଲେ। ବର୍ଷା ସତ୍ୱେ ଶିବିରରେ ମୋଟ ୨୮ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
ସମାଜ ଜିଲ୍ଳା ପ୍ରତିନିଧି ଅଶୋକ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଅନୁପମ କୁମାର ପାତ୍ର, ସସ୍ମିତା ସାହୁ, ପୁର୍ଣ୍ଣୀମା ନାୟକ, ସୂଜାତା ଦାସ, ପ୍ରିୟଦର୍ଶିନୀ ବଗର୍ତ୍ତୀ, ଭୁମିକା ପଟ୍ଟନାୟକ, ଭି. ଜଗନ୍ନାଥ ରାଜୁ, ଅରବିନ୍ଦ ବେହେରା, ସାମ୍ବାଦିକ ବିକାଶ ଦିଗାଲ, ମହେଶ ସୁବୁଦ୍ଧି, ବରୁଣ ପାତ୍ର, ରାଜୀବ ନେତ୍ର ପଟନାୟକ, ଚିତ୍ରସେନ ନାୟକ ଓ ସାର୍ଥକନନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ରକ୍ତଦାନ ଶିବିରରେ ଛାତ୍ରୀ ମିତାଞ୍ଜଳୀ କହଁର ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ତାଙ୍କର ଜନ୍ମଦିନ ସହିତ ପ୍ରଥମ ରକ୍ତଦାତା ଭାବେ ଅତିଥିମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଫୁଲବାଣୀ ସହରର ଏକ ଦମ୍ପତି ମିଳିତ ଭାବେ ଆସି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ଯୋଗୁଁ ଉଭୟଙ୍କୁ ମଧ୍ୟ ସାଧୁବାଦ ଦିଆଯାଇଛି। ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ମାନଙ୍କୁ ରକ୍ତ ଭଣ୍ଡାର ପକ୍ଷରୁ ଏବଂ ଲୋକ ସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ପ୍ରତ୍ୟେକଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ୫ ଜଣ ପ୍ରଥମଥର ପାଇଁ ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ମଧ୍ୟ ଉପହାର ଦେଇ ଉତ୍ସାହିତ କରାଯାଇଥିଲା।