ନୟାଗଡ : ପୁଣି ମେଡିକାଲରୁ ଗାଏବ ହେଲା ଛୁଆ। ନୟାଗଡ ରାଜସୁନାଖଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମେଡିକାଲ ଓଟିରୁ ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି। ଜନ୍ମ ହେବାର କିଛି ସମୟ ପରେ ଶିଶୁଟି ମେଡିକାଲରୁ କେଉଁଆଡେ ନିଖୋଜ ହୋଇଯାଇଛି। ସୂଚନା ମୂତାବକ ଶୁକ୍ରବାର ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧିସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ତାଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମ ହେବା ପରେ ନବଜାତର ପରିବାର ଲୋକେ ତାର ଫଟୋ ରଖିଥିଲେ। ହେଲେ ହଠାତ୍ ଶିଶୁଟି କେଉଁଆଡେ ଗାଏବ ହୋଇଯାଇଥିଲା। ପରିବାର ଲୋକ ଏ ନେଇ ଥାନାରେ ଏତଲା ଦେଇଥିବାବେଳେ ପୁଲିସ ଛାନଭିନ୍ ଜାରି ରଖିଛି।
ପୁଣି ମେଡିକାଲରୁ ଶିଶୁ ପୁତ୍ର ଚୋରି ଅଭିଯୋଗ, ଥାନାରେ ଏତଲା
1