Sunday, February 23, 2025
Home baranga incident ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା: ଆଖି ବୁଜିଲା ବୋହୂ, ଆଇସିୟୁରେ ପୁଅ

ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା: ଆଖି ବୁଜିଲା ବୋହୂ, ଆଇସିୟୁରେ ପୁଅ

by
0 comment

ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା: ଆଖି ବୁଜିଲା ବୋହୂ, ଆଇସିୟୁରେ ପୁଅ

ଭୁବନେଶ୍ଵର: ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା। ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁଅର ଅବସ୍ଥା ଗୁରୁତର ଥିବାବେଳେ ଆୟୁସିୟୁରେ ଚିକିତ୍ସା ଜାରି ରହିଛି। ସୂଚନା ଅନୁସାରେ ଶନିବାର ବାରଙ୍ଗ ଗୋଡିସାହି ବାରସିଙ୍ଗା ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧ ବାପା ପୁଅ ଓ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ପୁଅ ବୋହୂଙ୍କୁ କଟକର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଆଜି ଗୁରୁତର ବୋହୂର ମୃତ୍ୟୁ ଘଟିଛି।  ଏହି ଘଟଣା ରେ ଅଭିଯୁକ୍ତ ବୃଦ୍ଧ ବାପା ଗୋବର୍ଦ୍ଧନ ରାଉତକୁ ଅଟକ ରଖି ପୁଲିସ୍ ଅଧିକ ପଚରାଉଚରା ଜାରି ରଖିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od