Tuesday, March 4, 2025
Home ବାଣିଜ୍ୟ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିବ କଟକଣା

ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିବ କଟକଣା

by
0 comment

ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିବ କଟକଣା

ଦେଶରେ ଖୁବ୍‌ଶୀଘ୍ର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗିବ । କୌଣସି ଅଳ୍ପ ବୟସର ପିଲା ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିଲେ ଅଭିଭାବକଙ୍କ ଅନୁମତି ଦରକାର ପଡ଼ିବ ।

 profile image

Updated

 ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିବ କଟକଣା

ନୂଆଦିଲ୍ଳୀ: ଦେଶରେ ଖୁବ୍‌ଶୀଘ୍ର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗିବ । କୌଣସି ଅଳ୍ପ ବୟସର ପିଲା ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିଲେ ଅଭିଭାବକଙ୍କ ଅନୁମତି ଦରକାର ପଡ଼ିବ । କେନ୍ଦ୍ର ସରକାର ଜାରି କରିଥିବା ଚିଠା ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନରେ ଏହି ବ୍ୟବସ୍ଥା କରିଛନ୍ତି । ଏହା ଉପରେ ଫେବ୍ରୁଆରି ୧୮ ସୁଦ୍ଧା ମତାମତ ଦେବାକୁ ଅଂଶୀଦାରମାନଙ୍କୁ କୁହାଯାଇଛି । ନୂଆ ଆଇନରେ ଲୋକମାନଙ୍କ ପାଖରେ ସେମାନଙ୍କ ତଥ୍ୟର ଅଧିକ ନିୟନ୍ତ୍ରଣ ରହିବ । ଲୋକମାନେ ଚାହିଁଲେ କୌଣସି ତଥ୍ୟ ଡିଲିଟ୍‌ କରିବା ଲାଗି ଦାବି କରିପାରିବେ ।

ବ୍ୟକ୍ତିଗତ ତଥ୍ୟ ଅଧିକାରକୁ ନେଇ କମ୍ପାନିଗୁଡ଼ିକ ଅଧିକ ସ୍ବଚ୍ଛ ନୀତି ଆଣିବେ ଏବଂ ଲୋକଙ୍କ ତଥ୍ୟ ସଂଗ୍ରହ ପୂର୍ବରୁ ସେମାନଙ୍କୁ ତାହାର କାରଣ ବିଷୟରେ କମ୍ପାନି ଆଗୁଆ ଜଣାଇବ‌ା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିବ । ଏହି ଆଇନର ଉଲ୍ଲଂଘନ କଲେ କମ୍ପାନିକୁ ୨୫୦ କୋଟି ଟଙ୍କା ପର୍ୟ୍ୟନ୍ତ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ । ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ତଥ୍ୟ ପ୍ରକ୍ରିୟାକରଣ ପୂର୍ବରୁ ଅଭିଭାବକଙ୍କ ଅନୁମତି ନେବାକୁ ଚିଠା ଆଇନରେ ବ୍ୟବସ୍ଥା କରାଯାଇଛି । ଏଥିରେ ଇ-କମର୍ସର ମଧ୍ୟ ସଂଜ୍ଞା ନିର୍ଦ୍ଧାରଣ କରାଯାଇଛି । ଅନଲାଇନ୍ ଗେମିଂରେ ମଧ୍ୟସ୍ଥ ସଂସ୍ଥାର ମଧ୍ୟ ସଂଜ୍ଞା ଧାର୍ଯ୍ୟ କରାଯାଇଛି ।

 profile image

Updated

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od