Sunday, January 12, 2025
Home ଦେଶ- ବିଦେଶ ପାର୍ବଣରେ କାର୍ ଉଦ୍ୟୋଗରେ ଚମକ ଫେରିଲା, ବିକ୍ରି ୩୦% ବୃଦ୍ଧି

ପାର୍ବଣରେ କାର୍ ଉଦ୍ୟୋଗରେ ଚମକ ଫେରିଲା, ବିକ୍ରି ୩୦% ବୃଦ୍ଧି

by
0 comment

ନୂଆଦିଲ୍ଲୀ : ଚଳିତ ପାର୍ବଣ ଋତୁରେ ଭାରତୀୟ କାର ଉଦ୍ୟୋଗରେ ଚମକ ଫେରିଛି । ଗତ ସେପ୍ଟେମ୍ବର ମାସରେ ହୋଇଥିବା ଗଣେଶୋତ୍ସବରେ କାର ବିକ୍ରି ସେତେଟା ଭଲ ନଥିଲା । ତାପରେ ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇଥିବା ୧୬ ଦିନିଆ ପିତୃପକ୍ଷ ସମୟରେ କାର ବିକ୍ରି ହ୍ରାସ ପାଇଥିଲା । କିନ୍ତୁ ନବରାତ୍ର ଆରମ୍ଭ ହେବା ପରେ କାର ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଇଛି । ଏହା କାର୍ ଶିଳ୍ପରେ ଉତ୍ସାହ ଭରିଦେଇଛି ।

ବିକ୍ରି ବଢ଼ାଇବା ପାଇଁ ଶୀର୍ଷ ନିର୍ମାତାମାନେ ସେମାନଙ୍କର ବେଷ୍ଟ ସେଲିଂ ମଡେଲ୍ ଉପରେ ୨ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ରିହାତି ଘୋଷଣା କରିଛନ୍ତି। ଏହା ମଧ୍ୟ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି । ମନିକଣ୍ଟ୍ରୋଲର ଏକ ରିପୋର୍ଟ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ ସୋରୁମକୁ ଗ୍ରାହକଙ୍କ ଆଗମନ ତିନିଗୁଣ ବୃଦ୍ଧି ପାଇଛି ଓ ବିକ୍ରି ୩୦ ପ୍ରତିଶତ ବୃଦ୍ଧି ପାଇଛି । ଆଗକୁ ଦିପାବଳୀ ଥିବାରୁ କାର ବିକ୍ରି ଆହୁରି ବଢିବାର ସମ୍ଭାବନା ରହିଛି । ଏହା ଦ୍ବାରା କାର ବଜାରରେ ଦେଖାଦେଇଥିବା ମାନ୍ଦାବସ୍ଥା ଦୂର ହେବାର ସମ୍ଭାବନା ରହିଛି । 

ମନିକଣ୍ଟ୍ରୋଲର ଏକ ରିପୋର୍ଟ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ ସୋରୁମକୁ ଗ୍ରାହକଙ୍କ ଆଗମନ ତିନିଗୁଣ ବୃଦ୍ଧି ପାଇଛି ଓ ବିକ୍ରି ୩୦ ପ୍ରତିଶତ ବୃଦ୍ଧି ପାଇଛି । ଆଗକୁ ଦିପାବଳୀ ଥିବାରୁ କାର ବିକ୍ରି ଆହୁରି ବଢିବାର ସମ୍ଭାବନା ରହିଛି । ଏହା ଦ୍ବାରା କାର ବଜାରରେ ଦେଖାଦେଇଥିବା ମାନ୍ଦାବସ୍ଥା ଦୂର ହେବାର ସମ୍ଭାବନା ରହିଛି । 

ଯେଉଁମାନେ ହିନ୍ଦୁ ବିଶ୍ୱାସରେ ବିଶ୍ୱାସ କରନ୍ତି ସେମାନେ ସାଧାରଣତଃ ଶ୍ରାଦ୍ଧ ଦିନନୂଆ କ୍ରୟ କରିବାରୁ ଦୂରେଇ ରୁହନ୍ତି । ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ବିଶ୍ୱାସ ବିଷୟରେ କୌଣସି ଶାସ୍ତ୍ରୀୟ ପ୍ରମାଣ ନାହିଁ ଏବଂ ସେମାନେ ନୂତନ କ୍ରୟ କରିବାରୁ ବିରତ ରୁହନ୍ତି ନାହିଁ । ଗତବର୍ଷ ଅକ୍ଟୋବର ୧୪ ତାରିଖ ସୁଦ୍ଧା ଶ୍ରାଦ୍ଧ ହୋଇଥିଲେ ମଧ୍ୟ ଭାରତୀୟ କାର ନିର୍ମାତା ମାନେ ୩,୫୩,୯୯୦ ୟୁନିଟ୍ ବିକ୍ରି କରିଥିଲେ। 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od