Sunday, February 23, 2025
Home Latest ପାରିବାରିକ କଳହ: ଭୁଜାଲି ଚୋଟରେ ପୁଅ ମୃତ, ବାପା ଗୁରୁତର

ପାରିବାରିକ କଳହ: ଭୁଜାଲି ଚୋଟରେ ପୁଅ ମୃତ, ବାପା ଗୁରୁତର

by
0 comment

ପାରିବାରିକ କଳହ: ଭୁଜାଲି ଚୋଟରେ ପୁଅ ମୃତ, ବାପା ଗୁରୁତର

ଭଦ୍ରକ: ବନ୍ତ ଥାନା ଅର୍ନ୍ତଗତ ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗ୍ରାମରେ ପାରିବାରିକ କଳହରୁ ବାପା ଓ ପୁଅ ମଧ୍ୟରେ ବାଡ଼ିଆପିଟା ହେଇଛି। ବାପା ମାଧବ ବାରିକ(୬୧)ଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ହୋଇଛି। ଗୁରତର ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ହେଲେ ଶଙ୍କର୍ଷଣ ବାରିକ(୩୫)।

Sambad is now on WhatsApp

Join and get latest news updates delivered to you via WhatsApp

ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣରେ ସୁନାଗଡିଆ ନିବାସୀ ମାଧବ ଓ ତାଙ୍କର ପୁଅ ଶଙ୍କର୍ଷଣ ବାରିକଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଘଟଣା ବଢି ଶେଷରେ ବାପ ପୁଅ ହାତାହାତି ହୋଇଥିଲେ। ମାଧବଙ୍କ ଆକ୍ରମଣରେ ଶଙ୍କର୍ଷଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆହତ ବାପକୁ ଗ୍ରାମବାସୀ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ଖବର ପାଇ ବନ୍ତ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଛନ୍ତି। ଅଭିଯୁକ୍ତ ଶଙ୍କର୍ଷଣକୁ ଗିରଫ କରିଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛନ୍ତି। ସୁନାଗଡ଼ିଆ ଗାଁରେ ଶୋକର ଛାୟା ଖେଳିଯାଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od