Friday, January 10, 2025
Friday, January 10, 2025
Home Home ପାଣ୍ଡିଆନଙ୍କ ଖାସ୍‌ ରବି କାନ୍ତଙ୍କୁ ହଟାଇଲେ ରାଜ୍ୟ ସରକାର, ଦେଲେ ଏହି ଦାୟିତ୍ୱ

ପାଣ୍ଡିଆନଙ୍କ ଖାସ୍‌ ରବି କାନ୍ତଙ୍କୁ ହଟାଇଲେ ରାଜ୍ୟ ସରକାର, ଦେଲେ ଏହି ଦାୟିତ୍ୱ

by
0 comment

ଭୁବନେଶ୍ୱର,୧୫।୭: ରାଜ୍ୟର ଭାଜପା ସରକାର ଆଜି ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ଆଇପିଏସ ରବିକାନ୍ତଙ୍କୁ ହଟାଇ ଦେଇଛନ୍ତି । ସେ ନୂଆଦିଲ୍ଲୀରେ ପାଣ୍ଡିଆନ ଓ ବିଜେଡିର ପ୍ରତିନିଧି ଭାବେ ରବିକାନ୍ତ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଥିଲା । ତେବେ ନୂଆଦିଲ୍ଲୀରେ କାର୍ଯ୍ୟରତ ଆଇଏଏସ ବିଶାଳ ଗଗନଙ୍କୁ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି ।

ବରିଷ୍ଠ ଆଇପିଏସ ରବି କାନ୍ତଙ୍କୁ ରାଜ୍ୟ ଗୃହ ବିଭାଗ ଓଏସ୍‌ଡି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୮ ବ୍ୟାଚ ଆଇପିଏସ ରବି କାନ୍ତ ଏବେ ଆବାସିକ କମିଶନର ଅଛନ୍ତି। ରବି କାନ୍ତଙ୍କ ପୂର୍ବରୁ ଆଶିଷ ସିଂଙ୍କୁ ଓଏସ୍‌ଡି ଭାବେ ବଦଳି ହୋଇଥିଲା।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କୁ ମଧ୍ୟ ଗୃହ ବିଭାଗ ଓଏ୍‌ସଡି ଭାବେ ନିଯୁକ୍ତି ଦିଆଯାଇଥିଲା।

Advertisement

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od