Sunday, February 23, 2025
Home ଆମ ଓଡ଼ିଶା ପାଇନଥିଲେ ‘ସୁଭଦ୍ରା’ ଟଙ୍କା, କେମିତି ପାଇବେ, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ..

ପାଇନଥିଲେ ‘ସୁଭଦ୍ରା’ ଟଙ୍କା, କେମିତି ପାଇବେ, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ..

by
0 comment

ଭୁବନେଶ୍ୱର : ‘ସୁଭଦ୍ରା’ର ୪ର୍ଥ ପର୍ଯ୍ୟାୟ କିସ୍ତି ଟଙ୍କା ନେଇ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି,ବର୍ତ୍ତମାନ ପାଇଁ ୪ର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି । ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ୪ର୍ଥ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି । ସବୁ ପ୍ରକାର ଯାଞ୍ଚ ସରିଲେ, ୪ର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ନେଇ ଆଶା କରାଯାଉଛି ।
‘ସୁଭଦ୍ରା’ ଯୋଗ୍ୟ ମହିଳା ବଞ୍ଚିତ ଥିଲେ ପୋର୍ଟାଲରେ ଅଭିଯୋଗ କରନ୍ତୁ । ଏନେଇ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଯଦି ବାୟୋମେଟ୍ରିକରେ ଇ-କେୱାଇସି ଶେଷ ଦେଖାଯାଉଛି । ଅଚିନ୍ତା ରୁହନ୍ତୁ । ଓଟିପି ଜରିଆରେ ଇ- କେୱାଇସି କରିଥିଲେ ମଧ୍ୟ ବାୟୋମେଟ୍ରିକ କରନ୍ତୁ । ଇ-କେୱାଇସି ଅପଡେଟ୍‌ ନଥିବାରୁ ୫ ଲକ୍ଷ ୧୧ ହଜାର ଆବେଦନ ପଡି ରହିଛି । ଗାଁରେ ବର୍ତ୍ତମାନ ଫିଲ୍ଡ ଭେରିଫିକେସନ ଚାଲିଛି, ସମସ୍ତେ ସହଯୋଗ କରନ୍ତୁ । ବ୍ଲକ ଅଫିସ୍‌, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ଅଭିଯୋଗ ଜଣାନ୍ତୁ । ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିଲେ ରିଜେଷ୍ଟ ଲିଷ୍ଟରେ ନାଁ ଆସିବ । ଭୁଲବଶତଃ ଉଲ୍ଲେଖ କରିଥିଲେ ପୋର୍ଟାଲ ଜରିଆରେ ଅଭିଯୋଗ କରନ୍ତୁ । ନିଜ ଆଡୁ ଓହରିଥିବା ୩୧ ହଜାର ଆବେଦନକାରୀଙ୍କୁ ପୁଣି ସୁଯୋଗ ମିଳିବ । ଭୁଲବଶତଃ ଓହରି ଯାଇଥିଲେ ଫିଲ୍ଡ ଭେରିଫିକେସନ ବେଳେ ଜଣାନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ନୂଆବର୍ଷ ୨୦୨୫ରେ ଗଜକେସରୀ ଯୋଗ; ସୁନାଭଳି ଚମକିବ ଏହି ୪ ରାଶିଙ୍କ ଭାଗ୍ୟ..

ପୌଷ ମାସରେ କରନ୍ତୁ ନାହିଁ ଏହି ୨ଟି କାମ..

ଦେଖନ୍ତୁ ଭିଡିଓ; ଭାଗ୍ୟବାନ୍‌ ଯୁବକ, ଚଳନ୍ତା ଟ୍ରାକ୍ଟର ଚଳ ତଳୁ କେମିତି ବଞ୍ଚିଲା ଜୀବନ..

ଦୁନିଆର ସବୁଠାରୁ ମହଙ୍ଗା ପୋକ; ପୋକ ଦାମ୍‌ରେ କିଣିପାରିବେ ବିଏମଡବ୍ଲ୍ୟୁ,ଅଡି..

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od