Wednesday, November 27, 2024
Wednesday, November 27, 2024
Home crime ପଲ୍‌ସର୍‌ରେ ଆସିଲେ, ବ୍ଲାଙ୍କ୍‌ ଫାୟାରିଂ କରି କାର୍‌ରୁ ୮.୩୦ ଲକ୍ଷ ଲୁଟିନେଲେ

ପଲ୍‌ସର୍‌ରେ ଆସିଲେ, ବ୍ଲାଙ୍କ୍‌ ଫାୟାରିଂ କରି କାର୍‌ରୁ ୮.୩୦ ଲକ୍ଷ ଲୁଟିନେଲେ

by
0 comment

ବାଣପୁର,୧୯ା୧୧(ଦିଲୀପ କୁମାର ସ୍ବାଇଁ): ବାଣପୁର ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ ନିକଟରେ ଚାଉଳ ସ’ ମିଲ୍‌ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୮ଲକ୍ଷ ୩୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଚିଲିକା ଚଣ୍ଡେଶ୍ୱର ଅଞ୍ଚଳର ଏକ ଚାଉଳ ସ’ମିଲ୍‌ର କର୍ମଚାରୀ ସୁକାନ୍ତ ଚନ୍ଦ୍ର ରାଉତରାୟ ଓ ଅଶୋକ ଏବଂ ଚାଳକ ମହେନ୍ଦ୍ର ଷଣ୍ଢ ବ୍ୟବସାୟ ବାବଦ ବକେୟା ଟଙ୍କା ସଂଗ୍ରହ କରି କାର୍‌ରେ ଫେରୁଥିଲେ। ବାଣପୁର ଓଭରବ୍ରିଜ ଠାରେ ହଠାତ୍‌ ଏକ ଟାଟା ଏସିଇ ସମ୍ମୁଖକୁ ଆସିଯିବାରୁ କାର୍‌ ଚାଳକ ଗାଡ଼ିକୁ ଅଟକାଇଥିଲେ। ଏହି ସମୟରେ ଏକ ପଲସରରେ ୩ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସେଠାରେ ପହଞ୍ଚି ହଠାତ୍‌ କାର୍‌ର ଡୋର ଗ୍ଲାସ ଭାଙ୍ଗିବା ସହ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇଥିଲେ। ଏହା ପରେ ଗାଡିରେ ଥିବା ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ। ତେବେ କର୍ମଚାରୀ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ବ୍ଲାଙ୍କ ଫାୟାରିଂ କରି ସେଠାରେ ଖସି ପଳାଇଥିଲେ। ଖବରପାଇ ବାଣପୁର ଥାନା ଅଧିକାରୀ, ବାଲୁଗଁା ଉପଖଣ୍ଡ ଆରକ୍ଷୀ ଅଧିକାରୀ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଲୁଟେରାଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ।

ବଢ଼ିଲା ‘ବାଲିଯାତ୍ରା’ ଅବଧି

ଭୁବନେଶ୍ୱର/କଟକ,୧୯।୧୧: ବଢ଼ିଲା ଐତିହାସିକ ବାଲିଯାତ୍ରା ଅବଧି। ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆଉ ଦିନକ ପାଇଁ ବୃଦ୍ଧି…

ଅନାସ୍ଥା ଭୋଟରେ ହାରିଗଲେ ତାଲପାଲି ସରପଞ୍ଚ

ଗାଇସିଲେଟ,୧୯।୧୧(ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ ଜ଼ିଲା ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତର ସରପଞ୍ଚ ଉର୍ମିଲା ସେଠଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ମଙ୍ଗଳବାର ସ୍ଥାନୀୟ ପଞ୍ଚାୟତ…

Advertisement

Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od