Monday, February 24, 2025
Home Latest ପରିବାର ପାଇଁ ବର୍ଷାରେ ଭିଜିଭିଜି ଡିୟୁଟି କରୁଛନ୍ତି ଡେଲିଭରି ବଏ

ପରିବାର ପାଇଁ ବର୍ଷାରେ ଭିଜିଭିଜି ଡିୟୁଟି କରୁଛନ୍ତି ଡେଲିଭରି ବଏ

by
0 comment

ନୂଆଦିଲ୍ଲୀ: ଆଜିକା ସମୟରେ ଅନଲାଇନରୁ ଖାଦ୍ୟ ଅର୍ଡର କରିବାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଗ୍ରାହକଙ୍କ ନିକଟରେ ଠିକ ସମୟରେ ଖାଦ୍ୟ ପହଞ୍ଚାଇବାରେ ଡେଲିଭରି ବଏମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥାଏ। ତେବେ ଅନେକ ସମୟରେ ଦେଖିବାକୁ ମିଳିଛି ଡିୟୁଟି ବେଳେ ଡେଲିଭରି ବଏମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ଅସୁବିଧାର ସାମ୍ନା କରିବାକୁ ହୋଇଥାଏ। ଏସବୁ ବାଧାକୁ ‌ସେମାନେ ଏଡାଇ ଡିୟୁଟି କରିଥାଆନ୍ତି। କାରଣ ଡିୟୁଟି କଲେ ହିଁ ଦୁଇପଇସା ମିଳିବ। ଯେଉଁଥିରେ ତାଙ୍କ ପରିବାର ଚଳିବ।

ନିକଟରେ ଡେଲିଭରି ବଏଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ସେ କାନ୍ଧାରେ ଡେଲିଭରି ହେବାକୁ ଥିବା ଖାଦ୍ୟ ବ୍ୟାଗ ପକାଇ ରାସ୍ତାରେ ଛିଡ଼ା ହୋଇଛନ୍ତି। ଏହି ସମୟ‌ରେ ହଠାତ ବର୍ଷା ହେଉଛି। ଏହା ସତ୍ତ୍ବେ ବି ସେ ସେମିତି ଛିଡ଼ା ହୋଇ ସିଗନାଲକୁ ଅପେକ୍ଷା କରିଛନ୍ତି। କେମିତି ସବୁଜ ବତୀ ଦେଖିଲେ ‌ସେ ଆଗକୁ ବଢ଼ି ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବେ। 

— Ankush sharma (@Aku_700) September 10, 2024

ଡେଲିଭରି ବଏଙ୍କ ଏଦୃଶ୍ୟର ଭିଡିଓ ଦେଖି ଏକ୍ସ ବ୍ୟବହାରକାରୀ ଅଙ୍କୁଶ ଶର୍ମା ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏହା ଅତ୍ୟନ୍ତ ହୃଦୟବିଦାରକ ଘଟଣା। କଥା ଦେଉଛି। ଆଜି ଠାରୁ ମୁଁ ଯେବେବି କିଛି ଅନଲାଇନରୁ ଅର୍ଡର କରିବି ପ୍ରତି ଡେଲିଭରି ବଏଙ୍କୁ ୨୦ଟଙ୍କା ଲେଖାଏଁ ଟିପ୍ସ ଦେବି।

ଅନେକ ସମୟରେ ଦେଖିଛି ଖାଦ୍ୟ ପହଞ୍ଚିବାରେ ବିଳମ୍ବ ହୋଇଗଲେ ଲୋକେ ଡେଲିଭରି ବଏମାନଙ୍କୁ ଗାଳି କରିଥାଆନ୍ତି। ତେଣୁ ମୋର ସେମାନଙ୍କୁ ଅନୁରୋଧ ଡେଲିଭରି ବଏମାନେ ବି ହେଉଛନ୍ତି ଜଣେଜଣେ ମଣିଷ। ସେମାନଙ୍କର ବି ସୁବିଧା ଅସୁବିଧା ଅଛି। ତେଣୁ ପ୍ରତ୍ୟେକ ଗ୍ରାହକଙ୍କୁ ଏସବୁ ବୁଝିବା ଆବଶ୍ୟକ। ଖାଦ୍ୟ ପହଞ୍ଚିବାରେ ବିଳମ୍ବ ହେଲା ବୋଲି ଯେ ଡେଲିଭରି ବଏଙ୍କୁ ଯାହା ନାହିଁ ତାହା କହିଦେବା ଟା ଉଚିତ ନୁହେଁ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od