ସମାଜ ଡିଜିଟାଲ ଡେସ୍କ: ଭାରତୀୟ ପ୍ରିମିୟର ଲିଗ(ଆଇପିଏଲ) ୨୦୨୫ ସଂସ୍କରଣରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲଏସଜି)ର ଅଧିନାୟକ ଭାର ସମ୍ଭାଳିବେ ରୁଷଭ ପନ୍ତ। ଚଳିତ ଆଇପିଏଲର ସବୁଠୁ ଦାମୀ ଖେଳାଳି ପନ୍ତଙ୍କୁ ଏଲଏସଜି ମାଲିକ ସଞ୍ଜୀବ ଗୋଏଙ୍କା ଅଧିନାୟକ ଭାବେ ନିଯୁକ୍ତ କରିଛନ୍ତି। ଏ ନେଇ ସୋମବାର କଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଞ୍ଜୀବ ଘୋଷଣା କରିଛନ୍ତି। ଫଳରେ ଏହାକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ହୋଇଛି।
ଗତ ଆଇପିଏଲରେ ଏଲଏସଜିର ଖରାପ ପ୍ରଦର୍ଶନ ଯୋଗୁ କେ.ଏଲ. ରାହୁଲଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଏହା ପରେ ଦଳ ନୂଆ ଅଧିନାୟକ ଖୋଜୁଥିଲା। ପ୍ରାଥମିକ ପର୍ଯ୍ୟାୟରେ ନିକୋଲାସ ପୂରନଙ୍କୁ ଅଧିନାୟକ ପଦ ମିଳିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଲଏସଜି ଟିମ ପନ୍ତଙ୍କୁ କିଣିବା ପରେ ତାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିବା ନେଇ ଘୋଷଣା କରିଛି।