Monday, February 24, 2025
Home ଆମ ଓଡ଼ିଶା ପଦ ହରାଇଲେ ଖୁଣ୍ଟିଗୋରା ସରପଞ୍ଚ, ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ବରେ ନାଏବ ସରପଞ୍ଚ 

ପଦ ହରାଇଲେ ଖୁଣ୍ଟିଗୋରା ସରପଞ୍ଚ, ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ବରେ ନାଏବ ସରପଞ୍ଚ 

by
0 comment

ଘଣ୍ଟାପଡା : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ସରପଞ୍ଚଙ୍କ ୩ଟି ସନ୍ତାନ ଥିବାରୁ ପ୍ରତିପକ୍ଷ କରିଥିବା ଅଭିଯୋଗର ଶୁଣାଣି କରି କୋର୍ଟ ସରପଞ୍ଚଙ୍କୁ ପଦଚ୍ୟୁତ କରିଛନ୍ତି । ସୂଚନା ଅନୁସାରେ ଗତ ୨୦୨୨ରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତର ସରପଞ୍ଚ ରୂପେ ସୁନୀତା ମାଝୀ ବିଜୟ ଲାଭ କରିଥିଲେ । ଶ୍ରୀମତୀ ମାଝୀଙ୍କୁ ସରପଞ୍ଚ ଭାବରେ ପ୍ରଶାସନ ବିଜୟ ଘୋଷଣା କଲା ପରେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀନୀ ଶ୍ରୀମତୀ ପ୍ରଭାସିନୀ ଖଟୁଆ କଣ୍ଟାମାଳ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏକ ମାମଲା ଦାୟର କରିଥିଲେ । ଇଲେକ୍ସନ କେସ ନଂ ୧/୨୦୨୨ରେ ଶ୍ରୀମତୀ ଖଟୁଆ ସମସ୍ତ ପ୍ରମାଣ ପତ୍ର ସହ ଅଭିଯୋଗ କରିଥିଲେ ଯେ ଖୁଣ୍ଟିଗୋରା ସରପଞ୍ଚ ମାଝୀଙ୍କର ୩ ସନ୍ତାନ ଅଛନ୍ତି । ଯାହାକି ଆଇନ ଅନୁସାରେ ଅସିଦ୍ଧ । ମାନ୍ୟବର ସିଭିଲଜର୍ଜ କମ୍ ଇଲେକ୍ସନ ଟ୍ରିବୁନାଲ କୋର୍ଟ ସାକ୍ଷୀମାନଙ୍କ ବୟାନ ଏବଂ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜକୁ ଅଧାର କରି ସୁନୀତା ମାଝୀଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ।

ପ୍ରତିଦ୍ବନ୍ଦୀ ପ୍ରାର୍ଥୀନୀ ଶ୍ରୀମତୀ ଖଟୁଆଙ୍କୁ ଖୁଣ୍ଟିଗୋରା ପଞ୍ଚାୟତ ସରପଞ୍ଚ ଭାବେ ଘୋଷଣା କରିଥିଲେ । କୋର୍ଟଙ୍କ ରାୟ ଉପରେ ସୁନୀତା ମାଝୀ ମାନ୍ୟବର ହାଇକୋର୍ଟରେ ରିଟ ପିଟିସନ ଦାୟର କରିଥିଲେ । ଏହାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ମାମଲାକୁ ଖାରଜ କରି ଖୁଣ୍ଟିଗୋରା ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଥିଲେ । ହାଇକୋର୍ଟଙ୍କ ଏହି ଆଦେଶକୁ ଭିତ୍ତିକରି ଆଜି ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲ ଆଗାମୀ ସରପଞ୍ଚ ନିର୍ବାଚନ ହେବା ପର୍ଯ୍ୟନ୍ତ ଖୁଣ୍ଟିଗୋରା ପଞ୍ଚାୟତର ନାଏବ ସରପଞ୍ଚ ରବିଚନ୍ଦ୍ର ମହାକୁଡଙ୍କୁ ସରପଞ୍ଚ ଦାୟିତ୍ଵ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗକାରୀ ଶ୍ରୀମତୀ ଖଟୁଆଙ୍କ ସମେତ ଖୁଣ୍ଟିଗୋରା ପଞ୍ଚାୟତବାସୀ ଏହି ରାୟକୁ ସମ୍ମାନ ଜଣାଇ ଧର୍ମର ଜୟ ହେଲା ବୋଲି କହିଛନ୍ତି ।

କେବେ ବି ଖରାପ ହେବନି ଏହି ମାଉସ, ଦାମ୍ ମାତ୍ର..

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od