Thursday, January 9, 2025
Home Home Left ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

by
0 comment

କାଳିଆପାଣି,୩୦ା୪(ଅସିତ ମହାନ୍ତ): ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ରହିଥିବା ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବ୍ୟୟ ଅଟକଳ କରାଯାଇ ନିର୍ମାଣ କାର୍ଯ୍ୟ ଚାଲିଥିଲା।

ସେ ସମୟରେ ସୁକିନ୍ଦା ବ୍ଲକ ପକ୍ଷରୁ କାଳିଆପାଣି ପଞ୍ଚାୟତ ବିର୍ସାନଗରରେ ଏକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ଆହ୍ବାନ ବେଳେ ଏକ ପଥର ଛଇକୁ ପୋଖରୀ ଦର୍ଶାଇ ୨୦ ଲକ୍ଷ ବ୍ୟୟବରାଦ କରାଯାଇଥିଲା। ଦୀର୍ଘ ବର୍ଷ ହେବ ସେହି ସ୍ଥାନରେ ମାଙ୍କଡା ପଥର କଟାଯାଇ ଏକ ପୋଖରୀ ସଦୃଶ୍ୟ ଗଭୀର ହୋଇଥିଲା। ଯାହାକୁ ପୋଖରୀ ବୋଲି ଦର୍ଶାଯାଇଥିଲା ।

୨୦୨୨-୨୩ ମସିହାରେ ବ୍ୟୟ ଅଟକଳ କରାଯାଇ ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଜ୍ୟୋତି ବଳ ନାମକ ଠିକାଦାର ସେହି କାମକୁୁ ହାତେଇଥିଲେ । ଚୁକ୍ତି ଅନୁଯାୟୀ ୧୪ ଲକ୍ଷ ୪୦ ହଜାର ୮୪୯ ଟଙ୍କା ଧାର୍ଯ୍ୟ ହୋଇଥିଲା । ହେଲେ ପଥର ଛଇକୁ ପୋଖରୀ ଦର୍ଶାଇ ପ୍ରଥମେ ଭିତ୍ତପ୍ରସ୍ତର ସ୍ଥାପନ ହେଲା ପରେ ଅଳ୍ପ କିଛି ମୋରମ ପଥର ଛଇ ଖାଲରୁ ଉଠାଇ ୨ଟି ପର୍ଯ୍ୟାୟରେ ବିଲ ଉଠାଇ ନିଆଯାଇଥିଲା। ପ୍ରକୃତରେ ପୋଖରୀର କ’ଣ କାମ ହେବ ଫଳକରେ ଉଲ୍ଲେଖ ନ ଥିବା ବେଳେ ଚୁକ୍ତି ପରିମାଣ ଲେଖା ହୋଇଛି। ତେଣୁ ସ୍ଥାନୀୟ ଜନସାଧାରଣ କିଛି ଜାଣି ପାରିଲେ ନାହିଁ। ଠିକାଦାର କାଳିଆପାଣିର କେତେଜଣ ପ୍ରଭାବଶାଳୀ ଲୋକଙ୍କୁ ହାତ କରି ପଥର ଛଇକୁ ପୋଖରୀ ଦର୍ଶାଇ ଅଳ୍ପ କାମ କରି ଲକ୍ଷାଧିକ ଚଳୁ କରିବା ଯୋଗୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କାର୍ଯ୍ୟର ତଦନ୍ତ କରିବା ପାଇଁ କଳିଆପାଣି ଗାଁର ଲୋକମାନେ ଦାବି କରିଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ସୁକିନ୍ଦା ବିଡ଼ିଓ ଅଭିଷେକ ସ୍ବାଇଁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା ।

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ…

ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ):ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଦେଲେଣି ତିନି…

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୧।୫(କଳ୍ପତରୁ ନାୟକ): ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର…

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।…

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od