Friday, February 14, 2025
Friday, February 14, 2025
Home Home ପଣ୍ୟବାହୀ ଜାହାଜ ଆଇଟିଟି ପୁମା ବୁଡ଼ିଗଲା

ପଣ୍ୟବାହୀ ଜାହାଜ ଆଇଟିଟି ପୁମା ବୁଡ଼ିଗଲା

by
0 comment

ପାରାଦୀପ,୨୭।୮(ଶରତ ରାଉତ): ପଶ୍ଚିମବଙ୍ଗ ସାଗରଦୀପଠାରୁ ୯୦ ନଟିକାଲମାଇଲ (୧୬୨ କି.ମି.) ଦୂରରେ ରବିବାର ରାତିରେ ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ଆଇଟିଟି ପୁମା କୌଣସି କାରଣବଶତଃ ସମୁଦ୍ରରେ ବୁଡ଼ି ଯାଇଛି। ଖବରପାଇ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ପାଟ୍ରୋଲିଂ ଜାହାଜ ସାରଙ୍ଗ ଓ ଅମୋଘ ପହଞ୍ଚତ୍ ୧୧ ଜଣ ନାବିକଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କୁ ନେଇ ଅମୋଘ ଜାହାଜରେ ପାରାଦୀପ ଅଭିମୁଖେ ଆସୁଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ପାରାଦୀପରେ ପହଞ୍ଚତ୍ବେ ବୋଲି ଜଣାପଡିଛି। ପରେ କୋଷ୍ଟଗାର୍ଡ ପକ୍ଷରୁ ସମ୍ପୂର୍ଣ୍ଣ ସୂଚନା ଦିଆଯବ ବୋଲି ସୂଚନା ମିଳିଛି। ଉକ୍ତ ଜାହାଜ କୋଲକାତା ବନ୍ଦରରୁ ପୋର୍ଟବ୍ଲେୟାର ଅଭିମୁଖେ ଯାଉଥିଲା। ସମୁଦ୍ରରେ ବୁଡ଼ିଯିବା ଫଳରେ ଜାହାଜର କ୍ୟାପଟେନ କୋଷ୍ଟଗାର୍ଡ ମୁଖ୍ୟାଳୟକୁ ସୂଚନା ଦେଇଥିଲେ। ଯେଉଁ ନାବିକମାନେ ସମୁଦ୍ର ପାଣିରେ ଭାସୁଥିଲେ, ସେମାନେ ନାଲି ରଙ୍ଗର ବାଣ ପାଣିରେ ପକାଇଥିଲେ। ଏହାକୁ କୋଷ୍ଟଗାର୍ଡ ଡୋନିୟର ଏୟାରକ୍ରାଫ୍ଟ ଠାବ କରିଥିଲା। ପରେ ଦୁଇ ପାଟ୍ରୋଲିଂ ଜାହାଜର ଯବାନମାନେ ପହଞ୍ଚତ୍ ଅକ୍ଳାନ୍ତ ପରିଶ୍ରମ କରି ରାତିରେ ୧୧ ଜଣଙ୍କୁ ଉଦ୍ଧାର କରିଛନ୍ତି।
ସୂଚନାଥାଉକି, ୨୦୦୯ ସେପ୍ଟେମ୍ବର ୯ରେ ପାରାଦୀପ ବନ୍ଦରଠାରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ମାଲବାହୀ ଜାହାଜ ବ୍ଲାକ୍‌ରୋଜ। ଉକ୍ତ ଜାହାଜରେ ପ୍ରାୟ ୨୩,୫୦୦ ମେଟ୍ରିକ ଟନ୍‌ ଲୁହାପଥର ଏବଂ ୯୨୦ ମେଟ୍ରିକ୍‌ ଟନ୍‌ ଫର୍ନେସ ଅଏଲ ବୋଝେଇ ହୋଇଥିଲା। ଏହି ଦୁର୍ଘଟଣା ସମୟରେ ଜାହାଜରେ ୨୭ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୨୬ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ରୁଷୀୟ ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଜାହାଜରେ ଭର୍ତ୍ତି କରାଯାଇଥିବା ସାମଗ୍ରୀକୁ କେହି ଦାବି କରି ନ ଥିଲେ, ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। ଏହାକୁ ନେଇ କେଳେଙ୍କାରୀ ଅଭିଯୋଗ ଉଠିଥିଲା। ଏଥିରେ ବିଜେଡିର ପ୍ରଭାବଶାଳୀ ନେତା ସାମିଲ ଥିବା ନେଇ ବିଭିନ୍ନ ସମୟରେ ବିରୋଧୀ ଦଳ ଅଭିଯୋଗ କରିଆସିଛନ୍ତି। ଏପରିକି ଏହି ପ୍ରସଙ୍ଗକୁ ମଧ୍ୟ ବିଧାନସଭାରେ ଅନେକ ଥର ବିରୋଧୀ ଦଳ ଉତ୍‌ଥାପନ କରିଛନ୍ତି। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ବ୍ଲାକ୍‌ରୋଜ ବୁଡ଼ି ଘଟଣା ତଦନ୍ତର ନୂଆଫର୍ଦ୍ଦ ଖୋଲିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od